ନୂଆଦିଲ୍ଲୀ ୦୭/୦୯ : ବଲିଉଡ ଅଭିନେତା ବୋମନ ଇରାନୀଙ୍କ ଶ୍ୱଶୁରଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବରକୁ ଅଭିନେତା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଗତ ବର୍ଷ ଜୁନ୍ ମାସରେ ବୋମନ୍ ଇରାନୀଙ୍କ ମା’ଙ୍କର ମଧ୍ୟ ଦେହାନ୍ତ ହୋଇଥିଲା।
wp:html/wp:html
ବୋମାନ ଇରାନୀ ତାଙ୍କ ପତ୍ନୀ ଜେନୋବିୟାଙ୍କ ବାପାଙ୍କ ସ୍ମୃତିରେ ଏକ ଇମୋସନାଲ୍ ପୋଷ୍ଟ ସେୟାର କରି ଲେଖିଛନ୍ତି, “ସେ କେବେ ଅଭିଯୋଗ କରିନାହାଁନ୍ତି। ସେ ସର୍ବଦା ଗ୍ରେଟ୍ଫୁଲ୍ ଥିଲେ। ଭଲ କରିବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରିନ୍ତିନାହିଁ। ଜଣେ ସଚ୍ଚୋଟ ବ୍ୟକ୍ତି ଯାହା ମୁଁ କେବେ ଦେଖିନଥିଲି। ଜେନୋବିୟାଙ୍କ ବାପା ତଥା ନାୟକ ପରଭେଜ୍। ମୋ ଏବଂ ମୋ ପୁଅମାନଙ୍କ ପାଇଁ ଏକ ପ୍ରେରଣା ... ଆପଣ ବହୁତ ମନେ ପଡିବେ! "
wp:html/wp:html
ବୋମନଙ୍କ ପୁଅ ତଥା ଫିଲ୍ମ ନିର୍ମାତା କାୟୋଜ ଇରାନୀ ମଧ୍ୟ ତାଙ୍କ ଆଜାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସେ ତାଙ୍କ ସ୍ୱର୍ଗତ ଆଜାଙ୍କ ଅନେକ ଫଟୋ ସେୟାର କରି ତାଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ବୋମାନ ଇରାନୀ-କାୟୋଜ ଇରାନୀଙ୍କ ପୋଷ୍ଟରେ ଦୁଃଖଦ ପ୍ରକାଶ କରି ବଲିଉଡ ଷ୍ଟାରମାନେ କମେଣ୍ଟ ବକ୍ସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।