କଟକପଡ଼ାରେ ଅଜଣା ଦୁର୍ବୃତ୍ତଙ୍କ ବୋମାମାଡ଼ରେ ଦୁଇ ଆହତ, କାରଣ ଅସ୍ପଷ୍ଟ
29/08/2020 at 7:43 AM

ବ୍ରହ୍ମଗିରି ୨୯।୦୮: ପୁରୀ ଜିଲ୍ଲା ବ୍ରହ୍ମଗିରି କଟକପଡ଼ାରେ ବୋମାମାଡ଼ । ଅଜଣା ଯୁବକଙ୍କ ବୋମା ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଗାଁ ଛକ ନିକଟରେ ଠିଆ ହୋଇଥିବା ବେଳେ ଯୁବକଙ୍କୁ ଲକ୍ଷ୍ୟ କରି ବୋମାମାଡ଼ କରାଯାଇଛି । ବାଇକରେ କିଛି ଯୁବକ ଆସି ସେମାନଙ୍କ ଉପରକୁ ତିନୋଟି ବୋମା ମାଡ଼ କରିଥିବା ସୂଚନା ରହିଛି । ତେବେ ବୋମାମାଡରେ ଆହତ ଦୁଇ ଯୁବକ ହେଲେ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ । ସେମାନଙ୍କୁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ବୋମା ମାଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022