scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୂର୍ବତନ ବ୍ରହ୍ମପୁର ମେୟରଙ୍କ ଗାଡି ଉପରକୁ ବୋମାମାଡ଼, ଭାଙ୍ଗିଗଲା କାର୍‌ର ଆଗଭାଗ

30/09/2023 at 9:09 AM

ବ୍ରହ୍ମପୁର ୩୦।୦୯ : ପୂର୍ବତନ ବ୍ରହ୍ମପୁର ମେୟରଙ୍କ ଗାଡି ଉପରକୁ ବୋମାମାଡ଼ । ଗଞ୍ଜାମ ଜିଲ୍ଲା ଗୋଷାଣୀନୂଆଗାଁ ବଡ଼ସାହି ଠାରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇଥିବା ବେଳେ ଗାଡିର ଆଗ ଭାଗଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଶୁକ୍ରବାର ରାତି ୧୦ ଟା ସମୟରେ କାମ ସାରି କାର୍‌ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଅଚାନକ ଭାବେ ଗୋଷାଣୀନୂଆଗାଁ ବଡ଼ସାହି ନିକଟରେ ବୋମାମାଡ଼ କରିଥିଲେ । ବୋମାମାଡ଼ରେ କାର୍‌ର ଆଗ କାଚ ଭାଙ୍ଗି ନଷ୍ଟ ହୋଇଥିବା ବେଳେ ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି ।

ସେପଟେ ଖବର ପାଇ ଘଟଣାସ୍ଥଳେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଶାଣୀନୁଆ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ  ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ  ପ୍ରମୁଖ ପହଞ୍ଚି ତନାଘନା କରିଛନ୍ତି । ତେବେ କିଏ କାହିଁକି ବୋମାମାଡ଼ କରିଛି ନା ଆଉ କଣ ଏହା ପଛରେ କାରଣ ରହିଛି । ସେନେଇ ପୋଲିସ ତଦନ୍ତ କରୁଛି।

   Related Posts