ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ, କିଶନନଗର ଥାନାରେ ମାମଲା

Published By : Prameya-News7 Bureau | December 21, 2022 IST

ସାଲେପୁର ୨୧/୧୨: କଟକ ଜିଲ୍ଲା କିଶନନଗର ଥାନା ମୁରକୁଣ୍ଡି ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ । ଥାନାରେ ଅଭିଯୋଗ ।

ମୁରୁକୁଣ୍ଡି ଗ୍ରାମର ପ୍ରଫୁଲ୍ଲ ମଲ୍ଲିକ କିଶନନଗର ଥାନାରେ ୪ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ସେମାନେ ହେଲେ ସ୍ଥାନୀୟ ତରିତୋ ଗ୍ରାମର ବିଶ୍ୱଭୂଷଣ ମହାନ୍ତି, ଗୁଆଳି ଗ୍ରାମର ଅନୀଲ ପରିଡା, ମୁରୁକୁଣ୍ଡି ଗ୍ରାମର ପ୍ରଭାକର ସୁତାର ଓ ବିଜୟକୁମାର ଦାସ । ସେମାନଙ୍କ ସହିତ ରାସ୍ତାକାମ ଭଲ ନ ହେବାରୁ ବିବାଦ ହୋଇଥିଲା ।

ଏହି ଘଟଣାକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତ୍ରିରେ ପ୍ରଫୁଲ୍ଲ ମଲ୍ଲିକଙ୍କ ଘର ସାମ୍ନା ରାସ୍ତା ଉପରେ ବୋମାମାଡ଼ କରି ଭୟଭୀତ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜିବନରୁ ମାରିଦେବାକୁ ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ନେଇ ପ୍ରଫୁଲ୍ଲ ମଲ୍ଲିକ କିଶନନଗର ଥାନାରେ ଲିଖିତ ଅଭିଯୋଗ କରିବାପରେ ଘଟଣା ସ୍ଥଳରେ କିଶନନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.