ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
4/02/2023 at 10:38 AM

ଖୋର୍ଦ୍ଧା ୦୪/୦୨: ଜଟଣୀ ଥାନା କନ୍ତିଆରେ ଅଭାବନୀୟ ଘଟଣା । ଜଣେ ବ୍ୟବସାୟୀଙ୍କ ଉପରକୁ ଏହି ବୋମାମାଡ କରାଯାଇଥିବା ସୂଚନା ।
ବୋମାମାଡରେ ରଚିତ୍ରାନନ୍ଦ ସାମନ୍ତରାୟ ନାମକ ବ୍ୟବସାୟୀ ଆହତ ହୋଇଛନ୍ତି । ରଚିତ୍ରାଙ୍କ ଗୋଡ଼ ଉପରକୁ ବୋମା ମାଡ଼ ହୋଇଛି । ଏହି ବୋମାମାଡରେ ଗୁରୁତର ହୋଇଛନ୍ତି ରଚିତ୍ରାନନ୍ଦ । ଚିକିତ୍ସା ପାଇଁ ରଚିତ୍ରାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି ।
ସୂଚନାଥାଉକି, ଜମିବାଡି ବିବାଦକୁ ନେଇ ବୋମାମାଡ କରାଯାଇଛି । ଏହି ଘଟଣାରେ ଜଟଣୀ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେପଟେ ବୋମାମାଡ ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।