ବୋମାମାଡ଼ କରି ଟଙ୍କା ଓ ସୁନାଗହଣା ଲୁଟ୍

Published By : Prameya-News7 Bureau | April 30, 2020 IST

ଖୋର୍ଦ୍ଧା ୩୦।୦୪: ଖୋର୍ଦ୍ଧା  ଜିଲ୍ଲା ବାଘମାରୀ  ଥାନା ଦିନିଆରି ଗାଁରେ ବିଳମ୍ବିତ ରାତିରେ ସଶତ୍ର ଡକାୟତି ହୋଇଛି । ୧୦ ଜଣ ଦୁର୍ବୃତ୍ତ ଗାଁର ପଶି ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି ।

{"id":262352,"sizeSlug":"large"}

ସୁଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଦିନିଆରୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୧୦ରୁ ୧୨ଜଣ ଦୁର୍ବୁତ୍ତ ଯୋଗିନାଥ ମହାରଣାଙ୍କ ଘରେ ପଶି ବୋମାମାଡ଼ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ କରିଛନ୍ତି । ଏହି ଘଟଣାରେ ଯୋଗିନାଥ ଆହତ ମଧ୍ୟ ହୋଇଛନ୍ତି । ଘଟଣା ସମ୍ପର୍କରେ ବାଘମାରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.