Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘର ଉପରକୁ ବୋମାମାଡ, ଜଳିପୋଡି ନଷ୍ଟ ହୋଇଗଲା ଆସବାବପତ୍ର

9/05/2023 at 11:46 AM

ତେଲକୋଇ ୯।୫: ରାତି ଅଧରେ ଘର ଉପରକୁ ବୋମାମାଡ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗି ପଞ୍ଚାୟତ ପଡିଆପଶି ଗାଁ ପୋଢେଝୋଲ ସାହିରେ ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ସାହିର କିର୍ତନ ନାୟକଙ୍କ ପରିବାର ଖାଇପିଇ ଘର ଅଗଣାରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରର ପଛପଟ ଝରକାରେ ପ୍ରଥମେ ପେଟ୍ରୋଲ ଢାଳିଥିଲେ । ପରେ ଘର ଭିତରକୁ ବୋମା ଫିଙ୍ଗିଥିଲେ । ଫଳରେ ଘର ଭିତରେ ନିଆଁ ଲାଗିଯାଇଥିଲା । ବୋମା ଶବ୍ଦ ଶୁଣି ଘର ଲୋକ ଉଠିପଡିଥିଲେ । ହେଲେ କ’ଣ ହେଉଛି କିଛି ଜାଣି ପାରିନଥିଲେ । ଶବ୍ଦ ଏତେ ଜୋର ଥିଲା ସାହିଲୋକେ ମଧ୍ୟ ଉଠି କିର୍ତନଙ୍କ ଘରକୁ ଦୌଡ଼ିଥିଲେ ।

ସାହିଲୋକ ଆସିବା ଦେଖି ଦୁର୍ବୃତ୍ତମାନେ ଜଙ୍ଗଲ ଆଡକୁ ଦୌଡ଼ି ପଳାଇଥିଲେ । ଘରର ଝରକା ପଟେ ନିଆଁ ଲାଗୁଥିବା ଦେଖି ସାହି ଲୋକ ଘର ଲୋକଙ୍କୁ ଜଣାଇଥିଲେ । ନଳକୂପରୁ ପାଣି ଆଣି ସାହିଲୋକ ଓ ପରିବାର ଲୋକ ନିଆଁକୁ ଆୟତ୍ତ କରିଥିଲେ । ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି । ଏନେଇ ପରିବାର ପକ୍ଷରୁ ତେଲକୋଇ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts