ଶୋଇଥିଲେ ଘରେ, ରାତିରେ ଦୁର୍ବୃତ୍ତ ଆସି ଫିଙ୍ଗିଲେ ବୋମା

Published By : Prameya-News7 Bureau | November 17, 2021 IST

ନିଶ୍ଚିନ୍ତକୋଇଲି ୧୭।୧୧: ଘର ଉପରକୁ ବୋମାମାଡ଼ । ଏଥିରେ ଏକ କାର୍‌ ସହ ଘରର କିଛି ଅଂଶ ନଷ୍ଟ ହୋଇଛି । କଟକ ଜିଲ୍ଲା ସାଲେପୁର ଥାନା ଦହପଡ଼ା ଓ ପାଟପୁର ଗାଁରେ ଘଟିଛି ଏହି ଘଟଣା । ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

{"id":545105,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଗାଁର ରମେଶ ଚନ୍ଦ୍ର ସାମଲଙ୍କ ଘର ଉପରକୁ ଦୁର୍ବୃତ୍ତ ରାତିରେ ଆସି ୪ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଘରେ ସମସ୍ତ ଶୋଇଥିବା ବେଳେ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ତେବେ ବୁଧବାର ସକାଳୁ ରମେଶ ଚନ୍ଦ୍ର ସାମଲ ନିଜ ଆଡ଼ୁ ସାଲେପୁର ଥାନା ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।

{"id":545106,"sizeSlug":"full","linkDestination":"none"}

ତେବେ ରମେଶଙ୍କ ଭାଇଙ୍କୁ ୪/୫ ଦିନ ପୂର୍ବରୁ ଅଜଣା ଫୋନ୍ ନମ୍ବରରୁ ଧମକ ଆସିଥିଲା । ତେଣୁ କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି । ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଖୋଳତାଡ଼ ଜାରି କରିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.