ବିଜୟ ଶୋଭାଯାତ୍ରା ବେଳେ ପାଟିତୁଣ୍ଡ, ବିବାଦରୁ ଗାଁରେ ଫୁଟିଲା ବୋମା

Published By : Prameya-News7 Bureau | March 03, 2022 IST

ଗଞ୍ଜାମ ୦୩।୦୩ : ଚିକିଟି ବ୍ଲକ ପିତାତଳି ଗାଁରେ ବୋମାମାଡ଼। ଏଥିରେ ୨ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଖବର ଅନୁଯାୟୀ, ଗୋଟିଏ ଗୋଷ୍ଠୀର ବିଜୟ ଶୋଭାଯାତ୍ରା ଚାଲିଥିବା ବେଳେ ୨ଗୋଷ୍ଠୀ ଭିତରେ ଗଣ୍ଡଗୋଳ ପରେ ବୋମାମାଡ଼ ହୋଇଥିଲା । ଗାଁରେ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି । ଦେଖୁ ଦେଖୁ ଏହି ସାମାନ୍ୟ ବିବାଦକୁ ନେଇ ବୋମାମାଡ଼ ହୋଇଥିଲା । ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ତେବେ ଆହତ ବ୍ୟକ୍ତିମାନଙ୍କୁ  ପ୍ରଥମେ ଚିକିଟି ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ପୋଲିସ ଗାଁରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.