ଫୁଲଟା ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨ ଜଣଙ୍କ ଘର ଉପରକୁ ବୋମାମାଡ
16/03/2023 at 10:30 AM

ବ୍ରହ୍ମପୁର ୧୬।୩: ବ୍ରହ୍ମପୁରରେ ପୁଣି ଫୁଟିଲା ବୋମା । ନିମଖଣ୍ଡି ଥାନା ଫୁଲଟା ଗ୍ରାମରେ ବୋମାମାଡ ହୋଇଛି । ବୁଧବାର ବିଳମ୍ବିତ ରାତିରେ ବୋମା ଫୁଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ବିହାରରେ ପୋଲିସ ଉପରକୁ ବୋମାମାଡ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ବୋମାମାଡ ହୋଇଛି । ଗ୍ରାମରେ ବସିଥିବା କୂଳ ସମାଜ ବୈଠକ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ପରେ ବିଳମ୍ବିତ ରାତିରେ ବୋମାମାଡ ହୋଇଥିଲା । ଗ୍ରାମର ଦୁଇ ଜଣକ ଘର ଉପରେ ୫ରୁ ଅଧିକ ବୋମା ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ନିମଖଣ୍ଡି ଥାନା ପୋଲିସ ଓ ସଦର ଏସଡିପିଓ ତଦନ୍ତ ଜାରି ରଖିଛନ୍ତି ।
ସନ୍ଧ୍ୟାରେ ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ପୋଲିସ ଉପରକୁ ବୋମାମାଡ ହୋଇଥିଲା । ଫୁଲଟା ଗ୍ରାମ ଚର୍ଚ୍ଚାସାହିରେ ଗ୍ରାମମୁଖ୍ୟଙ୍କ ଘର ଉପରକୁ ହୋଇଥିବା ବୋମାମାଡ ଘଟଣାରେ ପୋଲିସ ୫ଜଣକୁ ଅଟକ ରଖିବା ସହ ୪ଟି ଜୀବନ୍ତ ବୋମା ଜବତ କରିଛି । ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ରାତି ତମାମ ଏହି ଘଟଣାର ତଦନ୍ତ କରି ୫ ଜଣକୁ କାବୁ କରିଥିବା ଜଣାପଡିଛି ।