ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବୋମାମାଡ଼, ୫ ଆହତ

Published By : Prameya-News7 Bureau | April 16, 2024 IST

ବାଙ୍କୀ ୧୬।୦୪ : ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବୋମାମାଡ଼ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସୋମବାର ରାତିରେ ହୋଇଛି ବୋମାମଡ଼ । ଯେଉଁଥିରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ପୂର୍ବଶତ୍ରୁତାକୁ ନେଇ ପ୍ରଥମେ ବାଙ୍ଗୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ନେଇଥିଲେ ଉଗ୍ରରୂପ । ଆଉ ବିବାଦରୁ ହେଲା ବୋମାମାଡ଼ । ଯେଉଁଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । 

ସେପଟେ ବିବାଦ ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ପରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.