ତିଗିରିଆ ପଙ୍କାଳ ଗାଁ ଅଶାନ୍ତ, ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼
1/01/2023 at 11:29 AM

ଆଠଗଡ଼ ୦୧।୦୧ : ତିଗିରିଆ ଥାନା ପଙ୍କାଳ ଗାଁରେ ବୋମାମାଡ । ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି କାର୍ ଉପରକୁ ବୋମାମାଡ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପଙ୍କାଳ ଗାଁର ବସିର ଅହମ୍ମଦଙ୍କ କାର ଉପରକୁ ବୋମାମାଡ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ପଙ୍କାଳ ଗାଁର ବସିର ଅହମ୍ମଦଙ୍କ କାର ଉପରକୁ ବୋମା ମାଡ଼ କରିଛନ୍ତି । ବୋମା ମାଡ଼ରେ କାରର ଆଗ ବୋନେଟ୍ କଣା ହୋଇଯାଇଥିବା ବେଳେ ଆଗ କାଚ ଓ ଝରକା ଭାଙ୍ଗି ଯାଇଛି ।

ତେବେ ଏହି ବୋମା ମାଡ଼ରେ କାହାର କୌଣସି କ୍ଷତି ହୋଇନାହିଁ । ବୋମା ମାଡ଼ କରିବା ପରେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି । ବୋମାମାଡ଼ ନେଇ କାର ମାଲିକ ତିଗିରଆ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଜାରି ରଖିଛି ପୋଲିସ ।