ଜେଲ୍ ଭିତରେ ବଲଭିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମହତ୍ୟା ଉଦ୍ୟମ, ଏକ ଗଣହତ୍ୟା ମାମଲାରେ ହୋଇଥିଲେ ଗିରଫ

Published By : Prameya-News7 Bureau | August 23, 2021 IST

ନୂଆଦିଲ୍ଲୀ, ୨୩/୦୮ :    ଜେଲରେ ଆତ୍ମହତ୍ୟା ଉଦ୍ୟମ କଲେ ବଲଭିଆର ପୂର୍ବତନ ରାଷ୍ଟ୍ରପତି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

ସୂଚନାନୁସାରେ, ବଲଭିଆର ପୂର୍ବତନ ରାଷ୍ଟ୍ରପତି ଜିନେନ୍ ଆନେଜ୍ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ କିଛି ଦିନ ତଳେ କୋର୍ଟ କାରାଦଣ୍ଡ ଶୁଣାଇଥିଲେ । ଏକ ମୃତ୍ୟୁ ମାମଲାରେ ତାଙ୍କୁ ଜେଲଦଣ୍ଡ ଶୁଣାଯାଇଥିଲା । ଏଥିରେ ସେ ଖୁବ୍ ମର୍ମାହତ ହୋଇଯାଇଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ଜିନେନଙ୍କ ଓକିଲ ନୋରମା କୁଲେର୍ କହିଛନ୍ତି ଯେ, ଶନିବାର ଜେନିନ୍ ସାହାଯ୍ୟ ମାଗିବା ସହ କାନ୍ଦି ପକାଇଥିଲେ । ଯାହା ଖୁବ କଷ୍ଟଦାୟକ ଥିଲା ।

ସୂଚନାଯୋଗ୍ୟ, ୫୪ ବର୍ଷୀୟା ଜିନେନଙ୍କୁ ପୋଲିସ ଗତ ଜାନୁଆରୀରେ ଗିରଫ କରିଥିଲା । ସେ ପୂର୍ବତନ ରାଷ୍ଟ୍ରପତି ଇଭୋ ମୋରେଲଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଅଭିଯୋଗ ହୋଇଥିଲା । ଏପରିକି ତାଙ୍କ ପ୍ରରୋଚନାରେ ୨୨ ଜଣ ସାଧାରଣ ନାଗରିକ ପୋଲିସ ସହ ଧସ୍ତାଧସ୍ତି ବେଳେ ମଧ୍ୟ ପ୍ରାଣ ହରାଇଥିବା କୁହାଯାଇଥିଲା ।  ତେବେ ଜିନେନ୍ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ସେବେଠାରୁ ଶୁଣାଣି ପାଇଁ ତାଙ୍କୁ ଜେଲରେ ରହିବାକୁ ପଡୁଥିଲା ।

ଜେଲରେ ରହିବା ବେଳେ ଜିନେନଙ୍କ ପରିବାର ଲୋକେ ତାଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକତା ଥିବା କହିଥିଲେ । ଏହାସହ ଭଲ ଚିକିତ୍ସାଳୟ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଆତ୍ମହତ୍ୟା ଉଦ୍ୟମ ଘଟଣା ପରେ ତାଙ୍କ ସମର୍ଥକମାନେ ଆନେଜଙ୍କୁ ମୁକ୍ତ କରିବାକୁ ଦାବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.