ଦୁଷ୍କର୍ମ ପୀଡିତାଙ୍କ ପାଇଁ ସରକାରଙ୍କ କ୍ରୁର ନିୟମକୁ ଜନତାଙ୍କ ବିରୋଧ

Published By : Prameya-News7 Bureau | August 30, 2020 IST

ବ୍ରାସିଲିୟା ୩୦/୦୮ : ବ୍ରାଜିଲରେ ଗର୍ଭପାତ ଦାବି କରୁଥିବା ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି | ଏହି ନିୟମ ମଧ୍ୟରେ ଏକ ନିୟମ ହେଲା, ମେଡିକାଲ କର୍ମଚାରୀଙ୍କୁ ପୀଡିତାଙ୍କୁ କହିବାକୁ ହେବ ଯେ ସେ ଅଲଟ୍ରାସାଉଣ୍ଡ ମାଧ୍ୟମରେ ନିଜ ଭୃଣକୁ ଦେଖିପାରିବେ | ରାଷ୍ଟ୍ରପତି ଜାୟର ବୋଲସ୍ନାରୋଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ହୋଇଥିବା ଏହି ନିୟମ ଅନୁସାରେ ମହିଳା ଦୁଷ୍କର୍ମ ହୋଇଥିବା ସୂଚନା ପୋଲିସକୁ ଦିଆଯିବ | ପୀଡିତା ମହିଳାଙ୍କୁ ପୁରା ବିବରଣୀ ପୋଲିସକୁ ଦେବାକୁ ହେବ | ଯଦି କୌଣସି କାରଣରୁ ସେ ଦୁଷ୍କର୍ମ ଘଟଣାକୁ ପ୍ରମାଣ କରିବାରେ ଅସମର୍ଥ ହୁଅନ୍ତି ତାହେଲେ ତାଙ୍କ ବିରୋଧରେ ମିଛ ଓ ବେଆଇନ ଭାବେ ଗର୍ଭପାତ ମାମଲା ରୁଜ୍ଜୁ କରାଯିବ |

ବ୍ରାଜିଲରେ ଗର୍ଭପାତ ଅନୁମତି କେବଳ କିଛି ମାମଲାରେ ଦିଆଯାଏ | ବ୍ରାଜିଲରେ ଦୁଷ୍କର୍ମ ପୀଡିତା ମହିଳାଙ୍କ ଜୀବନକୁ କୌଣସି ବିପଦ ଆଶଙ୍କାରେ କିମ୍ବା ଶିଶୁର କୌଣସି ଗମ୍ଭୀର ମାନସିକ ଜନ୍ମ ଦୋଷ ସ୍ଥିତିରେ ଗର୍ଭପାତ ଅନୁମତି ଦିଆଯାଏ | ଅତିରିକ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସେନା ଜେନେରାଲ ଦ୍ୱାରା ନୂଆ ନିୟମ ଲାଗୁ କରିବା ଦ୍ୱାରା ଜନତା ବିରୋଧ କରିଥିଲେ | ଚଳିତ ମାସ ଆରମ୍ଭରେ ଜଣେ ୧୦ ବର୍ଷର ନାବାଳିକାଙ୍କ ମାମଲା ସାମ୍ନାକୁ ଆସିଥିଲା | ନାବାଳିକାଙ୍କୁ ତାଙ୍କ ନିଜ ଦାଦା ଦୁଷ୍କର୍ମ କରିଥିଲେ | ନାବାଳିକାଙ୍କ ସ୍ଥାନୀୟ ହସ୍ପିଟାଲରେ ତାଙ୍କର ଗର୍ଭପାତ କରାଇବାକୁ ମନା କରିଦେଇଥିଲେ | ପରେ ନାବାଳିକାଙ୍କୁ ଦେଶର ଉତ୍ତର-ପୂର୍ବ ସହର ରେସିଫକୁ ଯାଇ ଗର୍ଭପାତ କରାଇବାକୁ ପଡିଥିଲା |

ବିକ୍ଷୋଭକାରୀଙ୍କୁ ସୂଚନା ଦେଉଥିବା ରାଷ୍ଟ୍ରପତିଙ୍କ ସମର୍ଥକ ଥିଲେ। ନାବାଳିକାଙ୍କ ପରିଚୟ ଏବଂ ଡାକ୍ତରଖାନା ବିଷୟରେ ରାଷ୍ଟ୍ରପତି ବୋଲସନାରୋଙ୍କ ସମର୍ଥକ ଥିଲେ ସାରା ଭିଣ୍ଟର । ସାରା ମହିଳା ମନ୍ତ୍ରୀ ଦାମରେସ ଏଲଭେସଙ୍କ ନିକଟତର ଏବଂ ଜଣେ ପାଦ୍ରୀ | ସାରା ଡାକ୍ତରଖାନାରେ ନାବାଳିକାଙ୍କୁ ଭର୍ତ୍ତି କରାଯାଇଥିବା ଏକ ଭିଡିଓ ଅନଲାଇନରେ ପୋଷ୍ଟ କରିଥିଲେ ଯାହା ଦ୍ୱାରା ବିକ୍ଷୋଭକାରୀଙ୍କୁ ନାବାଳିକା ବିଷୟରେ ଅବଗତ କରାଯାଇପାରିବ। ଗେଜେଟରେ ପ୍ରକାଶିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ନୂତନ ନିୟମରେ ଗର୍ଭପାତ ଅଧିକାର ସହ ଜଡିତ ସମର୍ଥକଙ୍କ ମଧ୍ୟରେ  ତତ୍କାଳ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.