ସାରା ଦୁନିଆ ଦେଖିଲା ବଲିଉଡ୍ ସୁନ୍ଦରୀଙ୍କ ଜଲୱା, କାନ୍ସ ରେଡ୍ କାର୍ପେଟ୍ରେ ଝଲସିଲା ହିରୋଇନ୍ଙ୍କ ଡିଜାଇନର ଡ୍ରେସ୍
18/05/2022 at 2:21 PM

ମୁମ୍ବାଇ ୧୮।୦୫ : କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ଆୟୋଜିତ ହୋଇଯାଇଛି। ଏହା ମେ ୧୭ ରୁ ମେ ୨୮ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବରେ ଯୋଗ ଦେବା ପାଇଁ ବଲିଉଡର ଅନେକ ନାମୀଦାମୀ କଳାକାର ପହଞ୍ଚିଛନ୍ତି। ଚଳିତବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଖାସ୍ ରହିଛି। ଭାରତକୁ ଏଥର ‘କଣ୍ଟ୍ରି ଅଫ୍ ଅନର’ରେ ସମ୍ମାନିତ କରାଯିବ। ଏଥର କିଛି ଅଭିନେତ୍ରୀ ପ୍ରଥମ ଥର ପାଇଁ ନିଜର ଜଲୱା ଦେଖାଇଛନ୍ତି । ରେଡ୍ କାର୍ପେଟ୍ରେ କିଏ ଦେଶୀ ଅନ୍ଦାଜ୍ ତ ଆଉ କିଏ ବିଦେଶୀ ଢଙ୍ଗରେ ନଜର ଆସିଛନ୍ତି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ପ୍ରଥମ ଦିନରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଦୀପିକା ପାଦୁକୋନ୍ ତାଙ୍କ ଷ୍ଟାଇଲିସ୍ ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏହି ବର୍ଷ ଦୀପିକା କାନ୍ସ ଫିଲ୍ମ ଫେଷ୍ଟିଭାଲର ଜୁରୀର ଏକ ଅଂଶ ହେବା ସହ ରେଡ କାର୍ପେଟରେ ତାଙ୍କର ଜଲୱା ଜାରି ରଖିଛନ୍ତି। ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ବ୍ଲାକ୍ ଏବଂ ଗୋଲ୍ଡେନ୍ ଶାଢୀରେ ଦୀପିକା ଚମତ୍କାର ଦେଖାଯାଉଛନ୍ତି।

କାନ୍ସରେ ପ୍ରଥମ ଥର ଉର୍ବଶୀ ତାଙ୍କ ଲୁକ୍ରେ ମତୁଆଲା କରିଛନ୍ତି। ଧଳା ଗାଉନ୍ ପିନ୍ଧି ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି । ଧଳା ଗାଉନରେ ରେଡ କାର୍ପେଟରେ ଉର୍ବଶୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କାନ୍ସରେ ତାଙ୍କର ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ତମନ୍ନା ଭାଟିଆ ମଧ୍ୟ ଲାଇମ୍ ଲାଇଟ୍କୁ ଆସିଛନ୍ତି । ସେ ରେଡ୍ କାର୍ପେଟ୍ରେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଗାଉନରେ ନଜର ଆସିଛନ୍ତି। ଏହି ଲୁକ୍ରେ ତମନ୍ନା ଗ୍ଲାମରସ୍ ଦେଖାଯାଉଛନ୍ତି।

ଐଶ୍ୱର୍ଯ୍ୟା ରାୟ ମଧ୍ୟ କାନ୍ସ ଫେଷ୍ଟିଭାଲର ପ୍ରଥମ ଦିନରେ ଇଣ୍ଡିଆନ୍ ଆଉଟଫିଟ୍ ନଜର ଆସିଛନ୍ତି। ଏହି ବିଶେଷ ଇଭେଣ୍ଟରେ ଏକ ଚମତ୍କାର ନ୍ୟୁଡ୍ କଲର ଲେହେଙ୍ଗା ପିନ୍ଧିଛନ୍ତି। ଭାରତୀୟ ଆଉଟଫିଟ୍ ସହିତ, ୱେଷ୍ଟର୍ନ ମେକ୍ଅପ୍ ତାଙ୍କ ଲୁକ୍କୁ ଦୃଷ୍ଟି ଆକର୍ଷଣ କରୁଛି ।

ଅନ୍ୟପଟେ ପୂଜା ହେଗଡେ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି । କିନ୍ତୁ ପୂଜା ତାଙ୍କ ଆଉଟ୍ଫିଟ୍ ବାକି ସମସ୍ତଙ୍କ ଠାରୁ ଅଲଗା ରଖିଛନ୍ତି । ବ୍ଲାକ୍ ରଙ୍ଗର ସ୍କର୍ଟ ପିନ୍ଧିଥିବା ବେଳେ ହ୍ବାଇଟ୍ର ରଙ୍ଗର ସର୍ଟ ପିନ୍ଧିଛନ୍ତି।