ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଚଳିତବର୍ଷ ରାଜ୍ କରିବ ବଲିଉଡ୍ ! ଫ୍ୟାନ୍ସଙ୍କୁ ଭେଟି ଦେବ ବଡ ବଡ ୫ ଫିଲ୍ମ

28/01/2023 at 6:34 PM

ମୁମ୍ବାଇ: କରୋନା ପରଠୁ ଏକ ପ୍ରକାରର ଧିମେଇ ଯାଇଥିଲା ବଲିଉଡ୍ । କହିବାକୁ ଗଲେ ସାଉଥ୍ ମୁଭି ଗୁଡିକ ବକ୍ସ ଅଫିସରେ ରାଜ୍ କରୁଥିବା ବେଳେ ବଲିଉଡ୍ ଚଳଚିତ୍ର ଗୁଡିକ କାଁଭାଁ କରିଥିଲେ ଆୟ । କିନ୍ତୁ ୨୦୨୨ର ଶେଷ ଆଡକୁ ରଣବୀର କପୁରଙ୍କ ବ୍ରହ୍ମାସ୍ତ୍ର ବଲିଉଡକୁ ନୂତନ ଦିଗ ଦେଖାଇଥିଲା । ନୂଆବର୍ଷରେ ଶାହରୁଖଙ୍କ ପଠାନ ବି ରିଲିଜ ହୋଇଛି । ଦୀର୍ଘ ୪ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି କିଙ୍ଗଖାନ୍ । ଆଉ ରିଲିଜର ମାତ୍ର ୩ ଦିନରେ ଦମଦାର କଲେକ୍ସନ କରିଛି ପଠାନ ।  କିନ୍ତୁ ଆଗକୁ ଅନେକ ବଲିଉଡ ଫିଲ୍ମ ଆସିବାକୁ ଯାଉଥିବା ବେଳେ ଅନେକ ବଡ ବଡ କଳାକାରଙୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଆଗକୁ ୫ଟି ବଡ ବଡ ଫିଲ୍ମ ଆସିବାକୁ ଯାଉଛି। ତେଣୁ  ଆଶା ରହିଛି ଯେ ଏହି ଫିଲ୍ମ ବଲିଉଡକୁ ନିଜର ପୁରୁଣ ଦିନ ଫେରାଇବାରେ ସାହାଯ୍ୟ କରିବ  ।

ବଲିଉଡର ଆଗାମୀ ଚଳଚିତ୍ର କଥା କହିବାକୁ ଗଲେ, ପଠାନ ପରେ ପରେ ଶାହରୁଖ ଫିଲ୍ମ ‘ଜୱାନ’ରେ ନଜର ଆସିବେ । ଆଉ ୫ ମାସ ପରେ ‘ଜୱାନ’ ମାଧ୍ୟମରେ ପୁଣି ସିନେମା ଘରେ ରାଜ୍ କରିବେ ଶାହରୁଖ। ତାଙ୍କୁ ଏଥିରେ ଆକ୍ସନ ରୋଲରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଜୁନ ୨ରେ ପ୍ରେକ୍ଷାଳୟରେ ରିଲିଜ ହେବ। ଏଥିରେ ମୁଖ୍ୟ ଭୂମିକାରେ ନୟନ୍ତରା ଏବଂ ବିଜୟ ସେତୁପଥି ନଜର ଆସିବେ ।

ସେହିପରି ଦ୍ବିତୀୟ ଫିଲ୍ମ ହେବ ‘ତୁ ଝୁଟି ମେଁ ମକ୍କାର’ । ଏହି ଫିଲ୍ମ ଜରିଆରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ରୂପେଲି ପରଦାରେ ଏକାଠି ନଜର ଆସିବେ । ଲଭ୍ ରଂଜନଙ୍କ ନିର୍ଦ୍ଦେଶିତ ଏହା ଏକ ରୋମାଣ୍ଟିକ୍ କମେଡି ଫିଲ୍ମ ।  ଏହି ଫିଲ୍ମ  ମାର୍ଚ୍ଚ ୮ରେ ମୁକ୍ତିଲାଭ କରିବ । ଫିଲ୍ମର ଟ୍ରେଲରକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।

ଅନ୍ୟପଟେ ଚଳିତବର୍ଷ ବକ୍ସ ଅଫିସରେ ଭାଇଜାନଙ୍କ ଯାଦୁ ଦେଖିବାକୁ ମିଳିବ । ୨୦୨୩ରେ ରିଲିଜ ହେବ ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ  ‘ଟାଇଗର-୩’। ଏହି ଫିଲ୍ମଟି ବକ୍ସ ଅସିଫରେ ଭଲ ଆୟ କରିବାକୁ ଥିବା ଦର୍ଶକମାନେ ଆଶା ରଖିଛନ୍ତି । ତେବେ ବହୁତ ସମୟ ପରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଯୋଡି ଏକାଠି ନଜର ଆସିବେ । ଏହି ଫିଲ୍ମ ନଭେମ୍ବର ୧୦ରେ ରିଲିଜ ହେବାକୁ ଯାଉଛି ।

ଏହା ପଛକୁ ରହିଛି ରୋହିତ ଧାୱନଙ୍କ ଫିଲ୍ମ ‘ଶେହଜାଦା’ । ଏହି ଫିଲ୍ମ ଫେବୃଆରୀ ୧୦ରେ ପରଦାକୁ ଆସିବ । ଏହି ଫିଲ୍ମ ମୁଖ୍ୟ ଭୂମିକାରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍, ପରେଶ ରାୱଲ୍, କ୍ରିତି ସାନନ୍ ଏବଂ ମନୀଷା କୋଇରାଲା ପ୍ରମୁଖ ଅଛନ୍ତି । ଯଦି ଆମେ ଏହି ଚଳଚ୍ଚିତ୍ର ବିଷୟରେ କଥା ହେବା, ତେବେ ଦର୍ଶକ ଏହି ଚଳଚ୍ଚିତ୍ର ପାଇଁ ବହୁତ ଅପେକ୍ଷା କରିଛନ୍ତି । କାରଣ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା-୨’ ଦର୍ଶକଙ୍କୁ ୨୦୨୨ମସିହାରେ ବହୁତ ଆଟ୍ରାକ୍ଟ କରିଥିଲା ଏବଂ ଫିଲ୍ମଟି ବହୁତ ଭଲ ବ୍ୟବସାୟ କରିଥିଲା ।

ସେହିପରି ଲିଷ୍ଟର ଶେଷରେ ରହିଛି ଦକ୍ଷିଣ ସୁପରଷ୍ଟାର ତଥା ବାହୁବଲୀ ଫେମ୍ ଅଭିନେତା ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ । ୫୫୦ କୋଟି ବଜେଟର ଏହି ଫିଲ୍ମଟି  ଚଳିତ ବର୍ଷ ଫ୍ୟାନ୍ସଙ୍କୁ ଭେଟିଦେବେ ନିର୍ଦ୍ଦେଶକ । ଏହି ଫିଲ୍ମରେ ପ୍ରଭାସଙ୍କ ସହ ସୈଫ ଅଲି ଖାନ ଏବଂ କ୍ରିତି ସାନନ୍ ନଜର ଆସିବେ ।

   Related Posts