scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନା ‘ପଠାନ’, ନା ‘ଦ କେରଳ ଷ୍ଟୋରୀ’, ଚଳିତବର୍ଷ IMDb ରେଟିଂର ଟପ୍‌ରେ ରହିଛି ଏହି ୬ଟି ଫିଲ୍ମ   

30/05/2023 at 3:16 PM

ମୁମ୍ବାଇ ୩୦।୦୫: ଶାହରୁଖ ଖାନଙ୍କ ‘ପଠାନ’ ଏବଂ ଅଦା ଶର୍ମାଙ୍କ ‘ଦ କେରଳ ଷ୍ଟୋରୀ’  ରୋଜଗାରରେ ଭାଙ୍ଗିଛି ରେକର୍ଡ । ଉଭୟ ଫିଲ୍ମ ବକ୍ସ ଅଫିସରେ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । କିନ୍ତୁ IMDb ରେଟିଂ ଅନୁଯାୟୀ, ଏହି ଦୁଇଟି ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଅନ୍ୟ ୬ଟି ଫିଲ୍ମଠାରୁ ବହୁ ପଛରେ ରହିଛି ।  ତେବେ ଆସନ୍ତୁ ଜାଣିବା ଏହି ୬ଟି  ଫିଲ୍ମ କଣ ?  

ଏହି ଲିଷ୍ଟର ପ୍ରଥମରେ ରହିଛି ବିଦ୍ୟୁତ୍ ଜାମୱାଲ୍‌ଙ୍କ ଫିଲ୍ମ IB71 ।  ଫିଲ୍ମଟି ୧୨ ମଇରେ ବକ୍ସ ଅଫିସରେ କରିଥିଲା ମୁକ୍ତିଲାଭ । ଦ କେରଳ ଷ୍ଟୋରୀ ପାଇଁ ଏହି ଫିଲ୍ମଟି ଅଧିକ ରୋଜଗାର କରିପାରି ନାହିଁ । କିନ୍ତୁ ଏହା IMDb ରେଟିଂରେ ରହିଛି ୯ ।

ଦ୍ୱିତୀୟରେ ରହିଛି ‘ପୋନିୟାନ୍ ସେଲଭାନ୍-2’ । ଫିଲ୍ମଟି ପ୍ରଥମେ ତାମିଲରେ କରିଥିଲା  ମୁକ୍ତିଲାଭ ।  ଏହି ଫିଲ୍ମରେ ଚିଆନ୍ ବିକ୍ରମ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ତ୍ରିଶା କୃଷ୍ଣନ୍, କାର୍ତ୍ତି, ଜୟମ ରବି, ସୋବିତା ଧୁଲିପାଲା, ପ୍ରକାଶ ରାଜଙ୍କ ପରି ଭେଟେରାନ୍ ତଥା ଦକ୍ଷ ଅଭିନେତା ରହିଥିଲେ। ଫିଲ୍ମଟି ୨୮ ଏପ୍ରିଲରେ ମୁକ୍ତିଲାଭ କରିଛି ଏବଂ ଏହାର IMDb ରେଟିଂ ୮.୧ ରହିଛି ।  

ଏହା ପଛକୁ ରହିଛି ମନୋଜ ବାଜପେୟୀଙ୍କ ଅଭିନୀତ ଫିଲ୍ମ ‘sirf ek banda kafi hai’ ୨୩ ମଇରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା ।  ଏହି ଫିଲ୍ମଟ ଦର୍ଶକ ଏବଂ ସମାଲୋଚକମାନଙ୍କ ଦ୍ୱାରା ବେଶ୍ ଭଲଭାବେ ଗ୍ରହଣ କରାଯାଇଛି ।  ଏହାର IMDb ରେଟିଂ ହେଉଛି ୮.୧ । ଯାହା ‘ପଠାନ୍’ ଏବଂ ‘କେରଳ ଷ୍ଟୋରୀ’ ଠାରୁ ଅଧିକ ।  

ରାଜକୁମାର ରାଓ, ଭୁମି ପେଡନେକର, ପଙ୍କଜ କପୁର ଅଭିନୀତ ‘ଭିଡ’ ଚଳିତ ବର୍ଷ ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି କରୋନା ମହାମାରୀ ଦ୍ୱାରା ଅନୁପ୍ରାଣିତ । ଦର୍ଶକମାନେ ଏହାକୁ ବକ୍ସ ଅଫିସରେ ପ୍ରତ୍ୟାଖ୍ୟାନ କରିଥିଲେ, କିନ୍ତୁ ଏହାର IMDb ମୂଲ୍ୟାୟନ ହେଉଛି ୭.୭ ।  

17 ମାର୍ଚ୍ଚରେ ରାନୀ ମୁଖାର୍ଜୀଙ୍କ ଅଭିନୀତ ‘ମିସେସ୍ ଚାଟାର୍ଜୀ ବନାମ ନରୱେ’ ମୁକ୍ତିଲାଭ କରିଥିଲା । ସମାଲୋଚକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇ ନଥିଲା କିନ୍ତୁ ସମାଲୋଚକମାନେ ଫିଲ୍ମର କାହାଣୀ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ଏହାର IMDB ମୂଲ୍ୟାୟନ ହେଉଛି ୭.୭ ।  

କପିଲ ଶର୍ମାଙ୍କ ‘ଜ୍ୱିଗାଟୋ’ ମଧ୍ୟ ବକ୍ସ ଅଫିସରେ ଦର୍ଶକଙ୍କ ଠାରୁ ସେତେଟା ଭଲ ପାଇବା ପାଇ ନଥିଲା। କିନ୍ତୁ କପିଲଙ୍କ ଫିଲ୍ମର IMDb ରେଟିଂ ‘ପଠାନ’ର ରେଟିଂ ଠାରୁ ଅଧିକ ।  ‘ଜ୍ୱିଗାଟୋ’ର ରେଟିଂ ୭.୩ ଥିବାବେଳେ’ ପଠାନ୍’ର ରେଟିଂ ୫.୯ ରହିଛି । ଯେଉଁଠାରେ ‘କେରଳ ଷ୍ଟୋରୀ’ର ରେଟିଂ ୭.୫ ରହିଛି।

   Related Posts