oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଏହି ହିରୋଇନଙ୍କ ଫିଲ୍ମ ହେଲା ସୁପରହିଟ୍, ପରେ ଦର୍ଶକଙ୍କ ହୃଦୟରେ କଲେ ରାଜ: ଏବେ ବଡ ପରଦାରେ ଆସୁ ନାହାନ୍ତି ନଜର

2/02/2021 at 10:12 PM

ନୂଆଦିଲ୍ଲୀ ୦୨/୦୨ : ବଲିଉଡର ଫିଲ୍ମ ଦୁନିଆରେ କେବେ କ’ଣ ଘଟିଥାଏ ତାହା କାହାକୁ ଜଣା ନଥାଏ । ଅନେକ ସମୟରେ ଜୀବନର ଶେଷ ପର୍ଯ୍ୟାୟକୁ ଆସି ଅଭିନେତା ଅଭିନେତ୍ରୀ ମାନେ ଲୋକଙ୍କ ହୃଦୟରେ ରହିଥାନ୍ତି କିନ୍ତୁ ବେଳେବେଳେ ଫିଲ୍ମ ସୁପରହିଟ୍ ହେବା ପରେ ମଧ୍ୟ ଲୋକମାନେ ଧୀରେ ଧୀରେ ତାଙ୍କୁ ଇଣ୍ଡଷ୍ଟ୍ରିରୁ ଭୁଲି ଯାଇଥାନ୍ତି । ଚାଲନ୍ତୁ ଜାଣିବା ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ –

ତନୁଶ୍ରୀ ଦତ୍ତ:
୨୦୦୬ ମସିହାରେ ଫିଲ୍ମ ‘ଆଶିକ ବନୟା’ରୁ ତନୁଶ୍ରୀ ଦତ୍ତ ବେଶ ଲୋକ ପ୍ରିୟ ହୋଇଥିଲେ । ଫିଲ୍ମ ରେ ତନୁଶ୍ରୀ ଙ୍କ ସହିତ ଇମ୍ରାନ ହାସମୀ ଏବଂ ସୋନୁ ସୁଦ ମଧ୍ୟ ଥିଲେ । ଏହି ଫିଲ୍ମର ସବୁ ଗୀତ ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ପରେ ତନୁଶ୍ରୀ ଙ୍କୁ କମେଡି ଫିଲ୍ମ ‘ଢୋଲ’ରେ ଦେଖା ଯାଇଥିଲା । ତନୁ ତାଙ୍କର ଫିଲ୍ମ କ୍ୟାରିୟର ୨୦୦୫ରେ ଆରମ୍ଭ କରିଥିଲେ । ଶେଷ ଥର ତାଙ୍କୁ ୨୦୧୦ ରେ ଫିଲ୍ମ ‘ଆପାର୍ଟମେଣ୍ଟ’ ରେ ଦେଖିବାକୁ ମିଳିଥିଲା । ଏହା ପରେ ସେ ବଲିଉଡ ରୁ ଦୁରେଇ ଯାଇଥିଲେ ।

ଭୂମିକା ଚାୱଲା :
୨୦୦୩ ମସିହାରେ ସଲମାନ ଖାନଙ୍କର ବ୍ଲକବ୍ଲଷ୍ଟର ଫିଲ୍ମ ‘ତେରେ ନାମ’ରେ ବଲିଉଡ ରେ ପାଦ ରଖିଥିବା ତାମିଲ ଏବଂ ତେଲଗୁ ଅଭିନେତ୍ରୀ ଭୂମିକା ଚାୱଲା ବଲିଉଡ ରୁ ହଠାତ ଦୁରେଇ ଯାଇଥିଲେ । ଭୂମିକା ତାଙ୍କର ପନ୍ଦର ବର୍ଷର ବଲିଉଡ କ୍ୟାରିୟର ରେ କେବଳ ୯ଟି ଫିଲ୍ମ ରେ କାମ କରିଛନ୍ତି । ଶେଷଥର ତାଙ୍କୁ ୨୦୧୭ ରେ ଫିଲ୍ମ ଏମ୍ ଏସ୍ ଧୋନି ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିବା ଦେଖାଇବାକୁ ମିଳିଥିଲା । ଭୂମିକା ବଲିଉଡ କୁ ଆସିବା ପୂର୍ବରୁ ଅନେକ ତାମିଲ ଏବଂ ତେଲଗୁ ଫିଲ୍ମ ରେ କାମ କରିଥିଲେ, କିନ୍ତୁ ବଲିଉଡ ରେ କିଛି କମାଲ କରି ପାରିନଥିଲେ ।

ଉଦିତା ଗୋସ୍ୱାମୀ :
ଫିଲ୍ମ ‘ପାପ’ ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଉଦିତା ଗୋସ୍ୱାମୀ ପରଦାରୁ ଏପରି ଦୂରେଇ ଯାଇଛନ୍ତି, ନୂଆ ପିଢ଼ିର ପିଲା ମାନେ ଏବେ ମଧ୍ୟ ତାଙ୍କୁ ଜାଣିଥିବେ । ଉଦିତା ୨୦୦୩ ରେ ବଲିଉଡ ରେ ପାଦ ରଖିଥିଲେ । ‘ଅକ୍ସର’ ଏବଂ ‘ଜହର’ ଭଳି ଫିଲ୍ମ ରେ ସେ କାମ କରିଥିଲେ କିନ୍ତୁ ବଲିଉଡ ରେ ଅନେକ ଦିନ ଧରି ତିଷ୍ଠି ପାରିନଥିଲେ । ସେ ତାଙ୍କ ୧୨ ବର୍ଷର ଫିଲ୍ମ କ୍ୟାରିୟର ରେ ୧୨ଟି ଫିଲ୍ମରେ କାମ କରିଛନ୍ତି । ସେ ଶେଷଥର ପାଇଁ ୨୦୧୨ ରେ ଫିଲ୍ମ ‘ଡାୟରୀ ଅଫ ବଟରଫ୍ଲାଏ’ ଗୁଲ ର ଚରିତ୍ରରେ ଦେଖା ଯାଇଥିଲେ ।

କିମ୍ ଶର୍ମା :
ଭାରତୀୟ କ୍ରିକେଟର ଯୁବରାଜ ସିଂ ଙ୍କ ସହିତ ରିଲେସନ୍ କାରଣରୁ ଚର୍ଚ୍ଚାରେ ଆସିଥିବା କିମ୍ ଶର୍ମା ଙ୍କ ଫିଲ୍ମ କ୍ୟାରିୟର କିଛି ଭଲ ନଥିଲା । ସର୍ବ ପ୍ରଥମେ ତାଙ୍କୁ ୧୯୯୩ ମସିହାରେ ସୁପରହିଟ୍ ଫିଲ୍ମ ‘ଡର’ ରେ ଏକ ଛୋଟ ଭୂମିକାରେ ଦେଖିକିବାକୁ ମିଳିଥିଲା । ଏହାର ୭ ବର୍ଷ ପରେ ବ୍ଳକବ୍ଲଷ୍ଟର ଫିଲ୍ମ ‘ମହୋବତେ’ ରେ ସପୋର୍ଟିଂ ରୋଲ ରେ ନଜରକୁ ଆସିଥିଲେ ।

ସମିତା ସେଠି :
ସୁପରହିଟ ଅଭିନେତ୍ରୀ ଶିଳ୍ପା ସେଠୀ ଆଜି ମଧ୍ୟ ବଲିଉଡ ରେ ତାଙ୍କର ଚମତ୍କାର ଦେଖାଉଛନ୍ତି । କିନ୍ତୁ ତାଙ୍କ ଛୋଟ ଭଉଣୀ ସମିତା ବଲିଉଡ ରେ ଫେଲ୍ ମାରିଛନ୍ତି । ସମିତା ବଲିଉଡରେ ତାଙ୍କ କ୍ୟାରିୟର ଆରମ୍ଭ ଫିଲ୍ମ ‘ମହୋବତେ’ ରୁ କରିଥିଲେ। ଏହା ପରେ ତାଙ୍କୁ ୨୦୦୨ ରେ ଫିଲ୍ମ ‘ସାଥିୟା’ ରେ ଗେଷ୍ଟ ରୋଲ ରେ ଦେଖା ଯାଇଥିଲେ । ସମିତା ଫିଲ୍ମ ‘ଜହର’ ଏବଂ ‘ମେରେ ୟାର ସାଦୀ’ ରେ ମଧ୍ୟ ନଜରକୁ ଆସିଥିଲେ । ସେ ତାଙ୍କ 17 ବର୍ଷ ଫିଲ୍ମ କ୍ୟାରିୟର ରେ କେବଳ ଛୋଟ ଛୋଟ ରୋଲ କରିଥିଲେ ।

ପ୍ରୀତି ଝାଙ୍ଗିୟାନୀ:
୨୦୦୦ ମସିହାରେ ଆସିଥିବା ଫିଲ୍ମ ‘ମହୋବତେ’ ରୁ ବଲିଉଡ ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ପ୍ରୀତି ଝାଙ୍ଗିୟାନୀ କିଛି କମାଲ କରି ପାରିନଥିଲେ । ମାଲୟାଲମ ଫିଲ୍ମ ରୁ ପ୍ରୀତି ତାଙ୍କର ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ । ସେ ଅନେକ ତେଲଗୁ ଏବଂ ତାମିଲ ଫିଲ୍ମ ରେ ମଧ୍ୟ ନଜରକୁ ଆସିଛନ୍ତି । ହିନ୍ଦୀ ସିନେମାରେ ନିଜର ୧୭ ବର୍ଷ କ୍ୟାରିୟର ରେ ଅଧିକ ସମୟ ସପୋର୍ଟିଂ ରୋଲ କରିଥବା ଦେଖିବାକୁ ମିଳିଛି । ଏବେ ସେ ପଞ୍ଜାବୀ ଫିଲ୍ମ ରେ କାମ କରୁଛନ୍ତି ।

ହଂସିକା ମତୱାନି :
ବଲିଉଡ ର ସୁପର ହିରୋ ରିତୀଙ୍କ ରୋଶନ ଙ୍କର ସୁପରହିଟ ଫିଲ୍ମ ‘କୋଇ ମିଲିଗେୟା’ ରେ ଚାଇଲ୍ଡ ରୋଲ କରିଥିବା ଅଭିନେତ୍ରୀ ହଂସିକା ମତୱାନି ମଧ୍ୟ ବଲିଉଡ ରୁ ଅଚାନକ ଦୁରେଇ ଯାଇଥିଲେ । ସେ ଏବେ ସାଉଥ ଫିଲ୍ମ ରେ କାମ କରୁଛନ୍ତି । ବଲିଉଡ ରେ ସେ ହିମେସ ରେସମିୟାଙ୍କ ସହିତ ୨୦୦୭ ରେ ଫିଲ୍ମ ‘ତେରା ସୁରୁର’ ରେ କାମ କରିଥିଲେ । ୨୦୦୮ ରେ ଫିଲ୍ମ ‘ମନି ହେ ତୋ ହନି ହେ’ ରେ ଶେଷ ଥର ପାଇଁ ନଜରକୁ ଆସିଥିଲେ ।

   Related Posts