ସଂସଦରେ ପରଫରମାନ୍ସ ଜିରୋ, ୫ ବର୍ଷ ୯ ସାଂସଦ ସାଜିଛନ୍ତି ନିରବଦ୍ରଷ୍ଟା

Published By : Prameya-News7 Bureau | February 20, 2024 IST

ନୂଆଦିଲ୍ଲୀ ୨୦/୧୨: ଦିନେ ପରଦାରେ ଦେଖାଉଥିଲେ ଜଲଓ୍ୱା । ସୁପରଷ୍ଟାର, ପୁରସ୍କାର ବିଜେତା । ଯାହା କହିଲେ କମ୍ ହେବନି । ତାଙ୍କ ଅଭିନୟକୁ ବହୁ ମାତ୍ରାରେ ମିଳେ ବାହାବା । ହାତେଇଛନ୍ତି ଅନେକ ପୁରସ୍କାର । ଡାଏଲଗ କହିଲେ ଜଣାପଡିଯାଏ ନା । ଅଭିନୟ ସିନା ଏମାନଙ୍କର ଚତ୍ମକାର, କିନ୍ତୁ ସଂସଦରେ ଏମାନେ ଫ୍ଲପ । ଫିଲ୍ମ ସୁପରଷ୍ଟାର୍ ସନ୍ନି ଦେଓଲ୍ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପରି ୯ ସାଂସଦଙ୍କ ୫ ବର୍ଷର ପରଫରମାନ୍ସ ଜିରୋ । ଯେଉଁମାନେ ଲୋକସଭାରେ କହିନାହାଁନ୍ତି ଗୋଟିଏ ବି ଶବ୍ଦ । ଏମିତିକି ଜିରୋ ଆଓ୍ୱାରରେ ଅନେକ ଥର ସୁଯୋଗ ଦେଇଛନ୍ତି ବାଚସ୍ପତି । ତଥାପି ରେଜଲ୍ଟ ଶୂନ ।

ବିଜେପି ନେତା ତଥା ଚଳଚ୍ଚିତ୍ର ତାରକା ସନ୍ନି ଦେଓଲ । ପଞ୍ଜାବର ଗୁରୁଦାସପୁର ଲୋକସଭା ନିର୍ବାଚନମଣ୍ଡଳୀକୁ କରିଥିଲେ ପ୍ରତିନିଧିତ୍ୱ । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତିରେ ଏଣ୍ଟ୍ରି କରିଥିଲେ ସନ୍ନି ପାଜୀ । ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା । ଗୁରୁଦାସପୁରରୁ ନିର୍ବାଚନ ଲଢିବା ପରେ ସେ ବିଜୟୀ ବି ହୋଇଥିଲେ । ମୈଦାନରେ ସିନା ଲୋକେ ତାଙ୍କୁ ଜିତାଇଦେଲେ, ହେଲେ ସଂସଦରେ ତାଙ୍କର ଅଭିନୟକୁ ମିଳିନଥିଲା ପ୍ରଶଂସା । ସଂସଦରେ ସେ ଥିଲେ ସାଇଲେନ୍ସ ସାଂସଦ ।

ସେହିଭଳି ଅଭିନେତା ଶତ୍ରୁଘ୍ନ ସିହ୍ନା । ଫିଲ୍ମରେ ଖାମୋସର ଡାଏଲଗ୍ ଭଳି ସେ ବି ସଦନରେ ଚୂପ୍ । ୨୦୨୨ ପଶ୍ଚିମବଙ୍ଗର ଆସାନସୋଲ ଉପ-ନିର୍ବାଚନରେ ଶତ୍ରୁଘ୍ନଙ୍କୁ ଲୋକସଭାକୁ ପଠାଇଥିଲା ଟିଏମ୍‌ସି । ଏହା ପୂର୍ବରୁ ସେ ଥିଲେ ବିଜେପିରେ । ଏବେ ପୁଣିଥରେ ସେ ବିଜେପିରେ ଅଛନ୍ତି । ତାଙ୍କ ପଛକୁ ଆସିବେ ୟୁପି ବିଏସପି ସାଂସଦ ଅତୁଲ ରାୟଙ୍କ ଓ କର୍ଣ୍ଣାଟକର ବିଜେପି ସାଂସଦ ରମେଶ ସି ଜିଗିଗାନି ।

wp:html /wp:html

ପଶ୍ଚିମବଙ୍ଗର ତମୁଲୁକ ଲୋକସଭା ନିର୍ବାଚନମଣ୍ଡଳୀର ଦ୍ୱିବେନ୍ଦୁ ଅଧିକାରୀ । ଯିଏକି ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ସାନଭାଇ । ରାଜ୍ୟରେ ଅନୁଷ୍ଠିତ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ତ୍ରୁଣମୂଳ ଛାଡି ମିଶିଥିଲେ ବିଜେପିରେ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନରେ କରିଥିଲେ ​​ପ୍ରତିଦ୍ୱନ୍ଦ୍ୱିତା । ଏମିତିକି ତାଙ୍କୁ ପରାଜିତ ବି କରିଥିଲେ ।

ତାଲିକାରେ ଅଛନ୍ତି କର୍ଣ୍ଣାଟକର ୪ ସାଂସଦ । ବି.ଏନ ବାଚେ ଚିକ୍କାବାଲାପୁର ଦେବେଗୌଡା, ଉତ୍ତର କନ୍ନଡର ଅନନ୍ତ କୁମାର ହେଗଡେ, ରାମରାଜାନଗରର ଭି ଶ୍ରୀନିବାସ ପ୍ରସାଦ, ବିଜାପୁରର ରମେଶ ସି ଜିଗଜିନାଗି । ଏମାନେ ସମସ୍ତ ଚାରିଜଣ ବିଜେପିର ନେତା । ସେହିଭଳି ଆସାମର ଲକ୍ଷ୍ମୀପୁର ଆସନରୁ ବିଜେପି ସାଂସଦ ପ୍ରଧାନ ବାରୁଆ ଏବଂ ବିଏସପିର ଅତୁଲ କୁମାର ସିଂ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅନ୍ୟ ଦୁଇଟି ନାମ।

ସମସ୍ତ ୯ ସାଂସଦଙ୍କ ମଧ୍ୟରୁ ଅତି କମରେ ୬ ସଦସ୍ୟ ପଚାରିଥିଲେ ପ୍ରଶ୍ନ । ଦିଆଯାଇଥିବା ଦାୟିତ୍ୱ ତୁଲାଇଛନ୍ତି । କିନ୍ତୁ ଅନ୍ୟ ୩ ସଦସ୍ୟଙ୍କର ନାହିଁ କୌଣସି ଅବଦାନ । ସଂସଦୀୟ ପ୍ରକ୍ରିୟା ସମୟରେ ରମେଶ ଜିଗଜିନାଗି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଛନ୍ତି ଅସୁସ୍ଥ । ଏଥିସହ ଅତୁଲ କୁମାର ସିଂ ଏହି ସମୟ ମଧ୍ୟରେ ଜେଲରେ ବିତାଇଛନ୍ତି ଦୀର୍ଘ ସମୟ । PRS ବିଧାନସଭା ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ୧୭ ତମ ଲୋକସଭା ସମୟରେ ସାଂସଦମାନେ ହାରାହାରି ୪୫ ପ୍ରତିଶତ ବିତର୍କରେ ନେଇଛନ୍ତି ଭାଗ । ଯେଉଁଥିରେ କେରଳ ଓ ରାଜସ୍ଥାନର ସାଂସଦମାନଙ୍କ ଅଂଶଗ୍ରହଣ ଥିଲା ସର୍ବାଧିକ ।

you can also read...

wp:embed {"url":"https://www.prameyanews7.com/tiger-in-india-collects-plastic-bottle-from-waterhole-shaming-polluters/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tiger-in-india-collects-plastic-bottle-from-waterhole-shaming-polluters/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.