ଦୁବାଇରେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ମିକା ସିଂହ ଗିରଫ

Published By : Prameya-News7 Bureau | December 07, 2018 IST

ଦୁବାଇ ୦୭|୧୨: ଗାୟକ ମିକା ସିଂହ ଗିରଫ । ଦୁବାଇରେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦୁବାଇ ପୋଲିସ ମିକାଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି । ମିକାଙ୍କ ଉପରେ ଜଣେ ୧୭ ବର୍ଷୀୟ ବ୍ରାଜିଲିୟନ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଛି । ମିକାଙ୍କୁ ଦୁବାଇ ପୋଲିସ ଏକ ବାରରୁ ଗିରଫ କରି ମୁରକ୍କାବାତ ଥାନାରେ ଅଟକ ରଖିଛି । ତାଙ୍କ ଉପରେ ୧୭ବର୍ଷୀୟ ବ୍ରାଜିଲିୟନ ଯୁବତୀଙ୍କ ଆପତ୍ତିଜନକ ଫଟୋ ପଠାଇବାର ଆରୋପ ଲାଗିଛି । ସୂଚନା ଅନୁସାରେ ଦୁବାଇ ଏକ ବଲିଉଡ କାର୍ଯ୍ୟକ୍ରମ ପାଇଁ ଦୁବାଇରେ ଥିଲେ ମିକ୍କା ସିଂହ । ପୋଲିସ ହାତରେ ଧରା ପଡ଼ିବା ପରେ ସେଠାରେ ତାଙ୍କର ସାଥୀ ତାଙ୍କର ଜାମିନ ପାଇଁ ଉଦ୍ୟମ କରୁଛନ୍ତି । ଏହା ପୂର୍ବରୁ ମିକା ସିଂହ ଅନେକ ବିବାଦରେ ଫସିଛନ୍ତି । ୨୦୧୫ରେ ମିକାଙ୍କୁ ଦିଲ୍ଲୀର ଜଣେ ଡାକ୍ତରଙ୍କୁ କାର୍ଯ୍ୟକ୍ରମ ସମୟରେ ଥାପଡ଼ ମାରିବା ଅଭିଯୋଗରେ ଗିରଫ କରାଯାଇଥିଲା । ୨୦୦୬ରେ ରାକ୍ଷୀ ସାଓ୍ବାନ୍ତଙ୍କୁ ମୁମ୍ବାଇରେ ଏକ ଜନ୍ମଦିବସ ସମାରୋହରେ ବଳପୂର୍ବକ ଚୁମ୍ବନ ଦେବା ମାମଲାରେ ମଧ୍ୟ ମିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.