ବଲିଉଡ ଗାୟକ ଜୁବିନ୍ ନୌଟିୟାଲଙ୍କ ପିତା କରୋନା ପଜିଟିଭ

Published By : Prameya-News7 Bureau | August 13, 2020 IST

ଋଷିକେଶ ୧୩/୦୮ : ବଲିଉଡ ଗାୟକ ଜୁବିନ୍ ନୌଟିୟାଲଙ୍କ ପିତା ଏବଂ ପୂର୍ବତନ ଜିଲ୍ଲା ପଞ୍ଚାୟତ ରାମସରଣ ନୌଟିୟାଲ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ତାଙ୍କୁ ଋଷିକେଶ ଏମ୍ସରେ ଭର୍ତ୍ତି କରାଯାଇଛି | ପରିବାରର ସମସ୍ତ ସଦସ୍ୟ ହୋମ କ୍ଵାରେଣ୍ଟାଇନ ହୋଇଛନ୍ତି | ରାମସରଣ ନୌଟିୟାଲ ପାଖାପାଖି ଘଣ୍ଟେ ପୂର୍ବରୁ ଫେସବୁକ ଜରିଆରେ ସୂଚନା ଦେଇଛନ୍ତି | ପ୍ରାଥମିକ ଲକ୍ଷଣ ଦେଖା ଦେଇଥିବାରୁ ସେ କରୋନା ଯାଞ୍ଚ କରାଇଥିଲେ ଓ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି |

ସେ କହିଛନ୍ତି ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି | ସେ କହିଛନ୍ତି ଯେ, ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ଓ ତାଙ୍କ ପରିବାର ତତ୍କାଳ କରୋନା ଯାଞ୍ଚ କରାନ୍ତୁ | ସେ ନିଜ ଶୁଭଚିନ୍ତକଙ୍କୁ ଅପିଲ କରିଛନ୍ତି ଯେ କରୋନା ଭଳି ମହାମାରୀରୁ ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଓ ନିଜ ପରିବାରର ଯତ୍ନ ନିଅନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.