କରୋନା ପରେ ବଲିଉଡ୍ର ଦମଦାର୍ କମ୍ବ୍ୟାକ୍, ୯ ମାସରେ ୯୩୧୫ କୋଟି ଆୟ
3/10/2023 at 11:35 PM

ନୂଆଦିଲ୍ଲୀ, ୩୦/୯: ବଲିଉଡ୍ ଇଣ୍ଡଷ୍ଟ୍ରିକୁ ସବୁଠୁ ବଡ଼ ଝଟ୍କା ଦେଇଥିଲା ମହାମାରୀ। କରୋନା ମହାମାରୀରେ ଲକଡାଉନ୍ ଯୋଗୁଁ ମାସ ମାସ ଧରି ବନ୍ଦ ରହିଥିଲାସିନେମା ହଲ୍। ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ବଲିଉଡଇଣ୍ଡଷ୍ଟ୍ରିପାଇଁ ଥିଲା ନିରାଶଜନକ। କରୋନା ସମୟରେ ଅନେକ ରିଲିଜ୍ ହେବାକୁ ଥିଲାବଡବଜେଟ୍ର ଫିଲ୍ମ, କିନ୍ତୁ ଲକଡାଉନ୍ ପାଇଁ ଫିଲ୍ମ ରିଲିଜକୁ କରାଯାଇଥିଲା ସ୍ଥଗିତ। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ବଲିଉଡ୍ ଫିଲ୍ମ କଲେକ୍ସନରେବହୁତ ହ୍ରାସ ଘଟିଥିଲା।
ଅଧିକାଂଶ ଫିଲ୍ମ କେବଳ OTT ପ୍ଲାଟଫର୍ମରେ ରିଲିଜ୍ ହେଉଥିଲା। ଏପରିକି ୨-୩ବର୍ଷ ଧରି ଭଲ ପ୍ରଦର୍ଶନ କରିନପାରିବାରୁ ବଲିଉଡ ଫିଲ୍ମରୁ ମୁହଁ ଫେରାଇଥିଲେ ଦର୍ଶକ। ହେଲେ ୨୦୨୩ ବଲିଉଡ୍ ପାଇଁ ଆଣିଦେଇଛି ବଡ଼ ସଫଳତା।
ବର୍ଷ ଆରମ୍ଭରୁ ଶାହରୁଖ ଖାନଙ୍କ ଫିଲ୍ମ ପଠାନ୍ ଦର୍ଶକଙ୍କମାନଙ୍କ ମଧ୍ୟରେ ଅଦ୍ଭୁତ କ୍ରେଜ୍ ସୃଷ୍ଟି କରିଥିଲା, ଯାହା ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା। 1050.30 କୋଟି ଟଙ୍କା ବିଶ୍ୱବ୍ୟାପୀ ସଂଗ୍ରହ କରିଛି ପଠାନ। ଏହା ପରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ତୁ ଝୁଟି ମେଁ ମକ୍କାର ୧୦୦ କୋଟିର କ୍ଲବରେ ସାମିଲ ହୋଇଛି।
ସେହିପରି ଭାରତରେ ସର୍ବାଧିକ ଆୟ କରିଥିବା ଫିଲ୍ମର ରେକର୍ଡ ସୃଷ୍ଟି କରିଛିସନ୍ନି ଦେଓଲଙ୍କ ଗଦର-2। ଏହି ଫିଲ୍ମ ବିଶ୍ୱବ୍ୟାପୀଆୟ କରିଛି684.75 କୋଟିଟଙ୍କା। ଆଉ ଏବେ ଶାହରୁଖ ଖାନଙ୍କ ଯବାନ ସାରା ବିଶ୍ୱରେଆୟ କରିବାରେ ୧୦୦୦ କୋଟି ଅତିକ୍ରମ କରିସାରିଛି।
୨୦୨୩ ଜାନୁଆରୀରୁ ସେପ୍ଟେମ୍ବର ଅର୍ଥାତ୍ 9 ମାସ ମଧ୍ୟରେ, ବଲିଉଡ୍କମ୍ବ୍ୟାକ୍ ବେଶ୍ ଦମଦାର ରହିଛି। ଏପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ସମସ୍ତ ଫିଲ୍ମର ମୋଟ ରୋଜଗାର 9315 କୋଟି ଟଙ୍କା ଅତିକ୍ରମ କରିଛି, ଯାହା ବର୍ଷ 2019 ଠାରୁ ବହୁତ ଆଗରେ ରହିଛି।
କରୋନା ପୂର୍ବରୁ ଅର୍ଥାତ ୨୦୧୯ ବଲିଉଡ ପାଇଁ ବହୁତ ଭଲ ରହିଥିଲା। ବକ୍ସ ଅଫିସରେ ମୋଟ କଲେକ୍ସନ ଥିଲା ପ୍ରାୟ ୪୨୦୦ କୋଟି ଟଙ୍କା। ସେହି ବର୍ଷ ରିଲିଜ୍ ହୋଇଥିବା ଉରି, ଭାରତ, କବୀର ସିଂ, ସୁପର -30, ମିଶନ ମଙ୍ଗଲ, ଛିଛୋରେ, ଡ୍ରିମ ଗାର୍ଲ, ଓ୍ୱାର, ଦି ସ୍କାଇ ଇଜ୍ ପିଙ୍କ୍, ଦବଙ୍ଗ ୩, ଗୁଡ୍ ନ୍ୟୁଜ୍, ମଣିକର୍ଣ୍ଣିକା, ଗଲି ବଏ ଏବଂ ବାଲା ପରି ଅନେକ ଫିଲ୍ମହୋଇଥିଲା ସୁପରହିଟ୍।
୨୦୨୩ରେ ବଲିଉଡ୍ର କ୍ରେଜ୍ ଯେଉଁ ପରି ଭାବେ ଆଗେଇ ଚାଲିଛି, ବର୍ଷ ଶେଷ ସୁଦ୍ଧା ସୃଷ୍ଟି କରିବ ବିରାଟ ରେକର୍ଡ। ଆଗାମୀ ୩ ମାସ ଅର୍ଥାତ୍ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ଶାହରୁଖ ଖାନ, ସଲମାନ ଖାନ୍ ଓ ରଣବୀର କପୁରଙ୍କ ବଡ଼ ବଜେଟ୍ର ଫିଲ୍ମ ଆସିବାର ରହିଛି। ଶାହରୁଖଙ୍କ ଡଙ୍କି, ରଣବୀରଙ୍କ ଆନିମଲ୍ ଓ ସଲମାନଙ୍କ ଟାଇଗର୍-୩ ବଡ଼ ଧମାକା ଅପେକ୍ଷାରେ ରହିଛି।