ଟିମ୍ ଇଣ୍ଡିଆ ଓ୍ବାଲର୍ଡ଼ କପ୍ ଜିତିଲେ ବିରାଟ କୋହଲିଙ୍କୁ ମିଳିବ ବଲିଉଡରୁ ବଡ଼ ଉପହାର :ଜାଣନ୍ତୁ କ’ଣ?

Published By : Prameya-News7 Bureau | June 30, 2019 IST

ମୁମ୍ବାଇ ୩୦/୬: ବଲିଉଡରେ ଏବେ ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘୮୩’ର ଜୋରଦାର ଚର୍ଚ୍ଚା ହେଉଛି। ଏପରି ପରିସ୍ଥିତିରେ ଫିଲ୍ମ ‘୮୩’ର ସହ-ନିର୍ମାତା ମଧୁ ମଣ୍ଟେନା ଏକ ନୂଆ ଖୁଲାସା କରିଛନ୍ତି। ଏହି ଫିଲ୍ମର ସୁଟିଂ ଜୋରସୋରରେ ଚାଲିଥିବାବେଳେ ନିର୍ମାତା ସେୟାର କରିଛନ୍ତି ଯେ ଯେପରି ଏହି ଫିଲ୍ମ ୧୯୮୩ମସିହାରେ ବିଜୟ ଉପରେ ଆଧାରିତ ହୋଇଥିଲା ସେହିପରି ଯଦି ଭାରତ ଏହି ବର୍ଷ ଆଇସିସି କ୍ରିକେଟ ଓ୍ବାଲର୍ଡ଼ କପ୍ ଜିତେ ତେବେ ଆଉ ଏକ କ୍ରିକେଟ ଫିଲ୍ମ ପ୍ରସ୍ତୁତ କରାଯିବ ଯାହା ୨୦୧୯ର ବିଜୟକୁ ସିଲଭର ସ୍କ୍ରିନରେ ଦର୍ଶାଇବ।

ରଣବୀର ସିଂହ ଏହି ଫିଲ୍ମରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ହିନ୍ଦୀ,ତାମିଳ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.