ରିଲିଜ ହେଲା ସୁପର୍‌ଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ରାଧେଶ୍ୟାମର ଟିଜର୍‌, ଦର୍ଶକ କହିଲେ...

Published By : Prameya-News7 Bureau | February 14, 2021 IST

ମୁମ୍ୱାଇ, ୧୪/୦୨: ସୁପର୍‌ଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ରାଧେ ଶ୍ୟାମ୍‌କୁ ନେଇ ଦର୍ଶକ ମହଲରେ ଏବେ ଜୋର୍‌ଦାର ଚର୍ଚ୍ଚା ହେଉଛି । ଭ୍ୟାଲେଣ୍ଟାଇନ୍‌ ଡେରେ କିନ୍ତୁ ପ୍ରଭାସଙ୍କ ଫ୍ୟାନ୍ସ୍‌ଙ୍କୁ ଉପହାର ମିଳିଛି । ଆଜି ତାଙ୍କର ଆଗାମୀ ଫିଲ୍ମ ରାଧେ ଶ୍ୟାମ୍‌ର ଟିଜର୍‌ ରିଲିଜ୍‌ କରାଯାଇଛି । ଏଥିସହିତ ଟିଜର୍‌ ରିଲିଜ୍‌ ପରେ ସୋସାଲ୍‌ ମିଡିଆରେ #ValentinesWithRS   ହ୍ୟାସ୍‌ ଟ୍ୟାଗ୍ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଫିଲ୍ମ ରିଲିଜ୍‌ କେବେ କରାଯିବ ସେ ନେଇ ମଧ୍ୟ ତାରିଖ ଘୋଷଣା କରଯାଇଛି ।

ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ହିରୋଇନ୍‌ ଭାବେ ପୂଜାଙ୍କୁ ଦର୍ଶକ ଦେଖିବାକୁ ପାଇବେ । ପ୍ରଭାସଙ୍କ କିଛି ଦିନର ବିରତି ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଟିଜରକୁ ଅପେକ୍ଷା କରିଥିଲେ । ଟିଜର ସହିତ ପ୍ରଶଂସକଙ୍କୁ କୁହାଯାଇଛି ଯେ, ସେମାନେ ଜୁଲାଇ ୩୦,୨୦୨୧ରେ ବଡ଼ ପରଦାରେ ଏହି ଫିଲ୍ମ ଦେଖିପାରିବେ ।

wp:embed {"url":"https://youtu.be/0EYnTzZ1h-k","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/0EYnTzZ1h-k
/wp:embed

ଟିଜରକୁ ଦେଖିଲେ ଲାଗୁଛି ଯେ ଏହା ଏକ ରୋମାଣ୍ଟିକ୍ ପ୍ରେମ କାହାଣୀ ସମ୍ପର୍କିତ ଫିଲ୍ମ, କିନ୍ତୁ ପ୍ରଭାସ କହିଛନ୍ତି ଯେ, ସେ ରୋମିଓ ନୁହଁନ୍ତି । ଯିଏକି ଜୁଲିଏଟ୍ ପାଇଁ ଜୀବନ ଦେଇଥିଲା । ପ୍ରଭାସ ଟିଜରରେ ଚମତ୍କାର ଅଭିନୟ କରୁଥିବା ଦେଖାଯାଉଥିବାବେଳେ ପୂଜା ସମସ୍ତଙ୍କୁ ତାଙ୍କ ସୌନ୍ଦର୍ଯ୍ୟରେ ମତୁଆଲା କରୁଥିବା ନଜର ଆସୁଛନ୍ତି ।

 ଏହି ଟିଜର୍‌ର ଆରମ୍ଭରେ ଟ୍ରେନ୍‌ ଏବଂ ରେଲ୍‌ୱେ ଷ୍ଟେଶନ୍‌ ଦେଖାଯାଉଛି । ଏହାପରେ ପୂଜା ପ୍ରଭାସଙ୍କୁ ନିଜକୁ ନିଜେ କଣ ରୋମିଓ ଭାବୁଛ ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ତେବେ ଫ୍ୟାନ୍ସମାନେ ଏହି ଟିଜର୍‌କୁ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.