ଇଦ୍ ଅବସରରେ ସ୍କୁଟିରେ ବସି ବିରିୟାନୀ ନେଇ ଯାଉଥିବା ଯୁବକର ଭିଡିଓ ରେକଡିଂ କରି ପୋଷ୍ଟ କଲେ ବଲିଉଡ୍ ପ୍ରଯୋଜକ

Published By : Prameya-News7 Bureau | June 06, 2019 IST

ଗତକାଲି ଇଦ୍ ପାଳନ କରାଯାଇଥିଲା । ଇଦ୍ ଅବସରରେ ଅନେକ ସେଲିବ୍ରିଟି ମଧ୍ୟ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ । ବଲିଉଡ୍ ପ୍ରଯୋଜକ ଅଶୋକ ପଣ୍ଡିତ ମଧ୍ୟ ଇଦ୍ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅଶୋକ ପଣ୍ଡିତ ନିଜ ଟ୍ୱିଟର ପେଜରେ ଏକ ଭିଡିଓ ପୋଷ୍ଟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭିଡିଓ ଜଣେ ଯୁବକ ସ୍କୁଟି ପଛପଟେ ଓଲଟା ବସି ଏକ ବାସନରେ ବିରିୟାନୀ ନେଉଥିବା ଦେଖିବାକୁ ମିଳିଛି । ଭିଡିଓ ପୋଷ୍ଟ କରି ଅଶୋକ ପଣ୍ଡିତ ଲେଖିଥିଲେ, ବିରିୟାନୀ ଅଧା ବାଟରେ ଅଛି । ଏହି ପିଲାଙ୍କ ସମର୍ପଣ ପ୍ରସଂଶନୀୟ । ଭାରତବାସୀଙ୍କୁ ଇଦର ଅଭିନନ୍ଦନ ।

wp:core-embed/twitter {"url":"https://twitter.com/i/status/1136263249295552512","type":"rich","providerNameSlug":"twitter","className":""}
https://twitter.com/i/status/1136263249295552512
/wp:core-embed/twitter

ଅଶୋକ ପଣ୍ଡିତ ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର, ବୀରଗତି, ସି କମ୍ପାନୀ, ମେଁନେ ଗାନ୍ଧିକୋ ନହିଁ ମାରା ଭଳି ଫିଲ୍ମର ପ୍ରଯୋଜନା ଦେଇଛନ୍ତି । ସେ ସବୁବେଳେ ସୋସିଆଲ ମିଡିଆରେ ସାମାଜିକ ପ୍ରସଙ୍ଗ, ରାଜନୈତିକ ପ୍ରସଙ୍ଗ ଉପରେ ନିଜର ମତାମତ ରଖିଥାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.