ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ହିନ୍ଦୀ ଚଳଚ୍ଚିତ୍ର ‘ଜଲେବି’ : ଫିଲ୍ମର ଗୀତ 'ତୁମ୍ ସେ' ୟୁଟ୍ୟୁବରେ ଏବେ ଛୁଇଁଲାଣି ୧ ମିଲିୟନ

Published By : Prameya-News7 Bureau | October 11, 2018 IST

ଭୁବନେଶ୍ବର ୧୧|୧୦: ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ହିନ୍ଦୀ ଚଳଚ୍ଚିତ୍ର ‘ଜଲେବି’ | ମହେଶ ଭଟ୍ଟ ପ୍ରଯୋଜିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ମିତ୍ର, ରିଆ ଚକ୍ରବର୍ତ୍ତୀ ଏବଂ ଦିଗାଙ୍ଗନା ସୂର୍ଯ୍ୟବଂଶୀ | ତେବେ ଏହି ଫିଲ୍ମଟି ୨୦୧୬ରେ ରିଲିଜ ହୋଇଥିବା ବଙ୍ଗାଳୀ ଫିଲ୍ମ ‘ପ୍ରାକ୍ତନ’ର ରିମେକ୍, ଯେଉଁଥିରେ ଅଭିନୟ କରିଥିଲେ ପ୍ରସେନଜିତ ଚାଟର୍ଜି ଏବଂ ଋତୁପର୍ଣ୍ଣା ସେନଗୁପ୍ତା | ବିଶେଷ ଫିଲ୍ମ ପ୍ରାଇଭେଟ ଲିମିଟେଡ଼ ଦ୍ବାରା ପ୍ରଯୋଜିତ ଏହି ଫିଲ୍ମର ନିର୍ଦେଶକ ହେଲେ ପୁଷ୍ପଦୀପ ଭରଦ୍ବାଜ | ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି | ଫିଲ୍ମରେ ଦେଖିବାକୁ ମିଳିଛି ଯେ, ଜଣେ ଉଚ୍ଚକାଂକ୍ଷୀ ଯୁବତୀ ଜଣେ ଟୁରିଷ୍ଟ ଗାର୍ଡଙ୍କ ପ୍ରେମରେ ପଡିଛନ୍ତି ଜିଏ ଦିଲ୍ଲୀରେ ରୁହନ୍ତି | ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଓ ବୈବାହିକ ଜୀବନ ମଧ୍ୟ ସୁରୁଖୁରରେ ଚାଲେ | ତେବେ ବିବାହର କିଛି ଦିନ ପରେ ଯୁବତୀ ଜଣକ ଅନୁଭବ କରନ୍ତି ତାଙ୍କ ଜୀବନ ଚାରିକାନ୍ଥ ଭିତରେ ସୀମିତ ରହିଯାଇଛି। ଜୀବନକୁ ସେ ଏମିତି ନଷ୍ଟ କରିବାକୁ ଚାହାଁନ୍ତି ନାହିଁ | ଯେହେତୁ ତାଙ୍କ ଘରେ ଭଲ ୱାଇଫାଇ ଆସୁନଥାଏ ସେଥିପାଇଁ ସେ ଘର ଛାଡିକି ପଳେଇ ଆସନ୍ତି ନିଜ କ୍ୟାରିୟର କରିବା ପାଇଁ | ତେବେ କାହାଣୀରେ ଟ୍ଵିଷ୍ଟ ସେତେବେଳେ ଦେଖିବାକୁ ମିଳେ ଯେତେବେଳେ ଟ୍ରେନରେ ରିଆଙ୍କ ଦେଖା ହୁଏ ନିଜ ସ୍ବାମୀ ତାଙ୍କ ଦ୍ବିତୀୟ ସ୍ତ୍ରୀ ସହିତ | ସେଇଠି ସେ ଜାଣିବାକୁ ପାଆନ୍ତି ଯେ, ତାଙ୍କ ସ୍ବାମୀଙ୍କ ଆଉ ଗୋଟେ ପତ୍ନୀ ଓ ଛୁଆ ବି ଅଛି | ଆଗକୁ କଣ ହୋଇଛି ସେଇଟା ଫିଲ୍ମ ଦେଖିଲେ ହିଁ ଜଣାପଡିବ | ତେବେ ଯାହା ଜଣାପଡୁଛି ୨୦୧୬ରେ ରିଲିଜ୍ ହୋଇଥିବା ରୋମାଣ୍ଟିକ ମେଲୋ ଡ୍ରାମା ‘ସନମ ତେରୀ କସମ’ ଯେଭଳି ଦର୍ଶକଙ୍କ ମନକୁ ଛୁଇଁଥିଲା ‘ଜଲେବି’ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ | ଫିଲ୍ମରେ ଗୀତଗୁଡିକ ମଧ୍ୟ ମନକୁ ଛୁଇଁଲା ଭଳି ରହିଛି | ତେବେ ଫିଲ୍ମର ଗୀତ ‘ତୁମ ସେ’ ୟୁଟ୍ୟୁବରେ ଏବେ ଯାଏଁ ୧ ମିଲିୟନ ଛୁଇଁଲାଣି | ତେବେ ଫିଲ୍ମର ନାଁ ‘ଜଲେବି’ କାହିଁକି ରଖାଯାଇଛି ତାହା ଫିଲ୍ମ ଦେଖିଲା ପରେ ହିଁ ଜଣାପଡିବ | ଏବେ ଦେଖିବାକୁ ବାକି ରହିଲା ମହେଶ ଭଟ୍ଟ ପ୍ରଯୋଜିତ ‘ଜଲେବି’ କେତେ ହିଟ୍ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.