ଚର୍ଚ୍ଚାରେ ଟଲିଉଡ୍ ସୁନ୍ଦରୀ, ୨୪ ଘଣ୍ଟାରେ ଇନ୍ଷ୍ଟ୍ରା ଆକାଉଣ୍ଟରେ ହେଲେ ୧୫ ଲକ୍ଷ ଫଲୋୟର୍ସ
6/09/2023 at 11:39 AM

ମୁମ୍ବାଇ ୦୬।୦୯: ଟଲିଉଡ୍ ସୁନ୍ଦରୀ ନୟନତାରା । ନିଜ ଅଭିନୟ ଜାଦୁରେ ଫ୍ୟାନ୍ସଙ୍କୁ କରନ୍ତି ଆକର୍ଷିତ । ଏବେ ଏହି ଅଭିନେତ୍ରୀ ଆଗାମୀ ଫିଲ୍ମ ‘ଜୱାନ’ପାଇଁ ଦୀର୍ଘ ଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି । ଏବେ ସେ ଆଉ ଏକ କାରଣରୁ ଆସିଛନ୍ତି ଲାଇଲ୍ ଲାଇଟ୍କୁ । ବାସ୍ତବରେ ନୟନତାରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଅଭିନେତ୍ରୀ ନିକଟରେ ନିଜର ଏକ ଇନ୍ଷ୍ଟାଗ୍ରାମ୍ରେ ଆକାଉଣ୍ଟ ଖୋଲିଥିଲେ ।

ଇନ୍ଷ୍ଟ୍ରାଗ୍ରାମ୍କୁ ଆସିବାର ମାତ୍ର ୧୦ ଘଣ୍ଟା ଭିତରେ ସେ ୧ ମିଲିୟନ ଫଲୋୟର୍ସ ହାସଲ କରିଥିବା ଦେଖିବାକୁ ମିଳିଛି । ଏଥିସହ ସେ ବଲିଉଡ଼ର ଆଗଧାଡ଼ିର ହିରୋଇନ କାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ସେ ଦେଶର ପ୍ରଥମ ଅଭିନେତ୍ରୀ ଭାବେ ସେ ଗୋଟିଏ ଦିନରେ ୧୦ ଲକ୍ଷ ଫଲୋୟର୍ସ ହାସଲ କରିଛନ୍ତି । ତେବେ ଇତିମଧ୍ୟରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଫଲୋୟର୍ସ ସଂଖ୍ୟା ୨୫ ଲକ୍ଷ ଟପିଛି ।

ଅନ୍ୟପଟେ ନୟନତାରା ତାଙ୍କ ବ୍ୟକ୍ତିଗତ ଜୀବନକୁ ସିକ୍ରେଟ୍ ରଖିବାକୁ ପସନ୍ଦ କରନ୍ତି । ତେଣୁ ପ୍ରଥମେ ସେ ସୋସିଆଲ ମିଡ଼ିଆକୁ ଆସିବା ନେଇ ନାପସନ୍ଦ କରୁଥିଲେ । ହେଲେ ଅପକମିଙ୍ଗ ଫିଲ୍ମ ‘ଜୱାନ୍’ର ପ୍ରମୋସନ ପାଇଁ ସେ ଇନ୍ଷ୍ଟାଗ୍ରାମ୍ ଜରିଆରେ ସୋସିଆଲ ମିଡ଼ିଆରେ ପାଦ ଦେଇଥିଲେ । ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ସେ ଅପଲୋଡ଼ କରିଥିବା ପ୍ରଥମ ରିଲ୍ରେ ସେ ନିଜ ଦୁଅ ଯାଆଁଳା ପୁଅ ଉୟିର ଓ ଉଲାଗ୍ଙ୍କୁ ଧରି ଚାଲୁଥିବାର ଦେଖିବାକୁ ମିଳିଛି।
You Can Read: