ମୁମ୍ବାଇ ୧୬।୭: ବଲିଉଡ ଫିଲ୍ମ ରିଲିଜ କ୍ୟାଲେଣ୍ଡର ଲଗାତାର ଫେଲ ହେଉଛି। ଅକ୍ଷୟ କୁମାରଙ୍କ ‘ବେଲବଟମ୍’ ଜୁଲାଇ ୨୭ରେ ମୁକ୍ତିଲାଭ କରିବାକୁ ଥିଲା। ତେବେ ପ୍ରଯୋଜକ ପୁଣି ଆଗକୁ ଘୁଞ୍ଚାଇଛନ୍ତି। ଏଥିରୁ ୧୫ଅଗଷ୍ଟ ପୂର୍ବରୁ ଫିଲ୍ମ ଆସୁନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଇଣ୍ଡଷ୍ଟ୍ରିରେ ବ୍ୟାକ୍ଲଗ୍ ଲମ୍ବି ଲମ୍ବି ଚାଲିଛି, ପୁରୋ ଉଦ୍ୟୋଗ ଏବେ ‘ୱେଟ୍ ଏଣ୍ଡ ୱାଚ୍’ ମୋଡକୁ ଆସିଯାଇଛି।
{"id":481562,"width":838,"height":628,"sizeSlug":"large","linkDestination":"none"}କରୋନା କାଳରେ ବଲିଉଡ ପାଖାପାଖି ୨୨ଟି ଫିଲ୍ମର ନିର୍ମାଣ କରିଛି। ଏହି ସବୁ ଫିଲ୍ମରେ ପ୍ରଯୋଜକମାନଙ୍କ ୧୭ଶହ କୋଟିରୁ ଅଧିକ ଟଙ୍କା ଫଶାଇଛନ୍ତି। ନୂଆ ନୂଆ ଫିଲ୍ମର ଘୋଷଣା ହେଉଛି, ହେଲେ କରୋନା ଯୋଗୁ ପ୍ରଡକ୍ସନ ମାନ୍ଦା ରହିଛି। ଏଣୁ ଅନେକ ନିର୍ମାଣାଧିନ ଫିଲ୍ମ ନିର୍ଦ୍ଧାରିତ ସମୟ ମଧ୍ୟରେ ସରିପାରିବ କି ନା ସେ ନେଇ ଏବେ ସନ୍ଦେହ ଉପୁଜିଛି। ଏଥିରୁ ଆଗାମୀ ଦିନରେ ଫିଲ୍ମ ଅଭାବ ଦେଖା ନ ଦେବ ତାହା ମଧ୍ୟ ସଠିକ କୁହାଯାଇ ପାରୁନି।
{"id":481565,"width":837,"height":629,"sizeSlug":"large","linkDestination":"none"}କେତେକ ଫିଲ୍ମ ଓଟିଟି ପ୍ଲାଟଫର୍ମକୁ ଚାଲିଯାଉଛି। ଯେଉଁ ପ୍ରଯୋଜକମାନେ ଥିଏଟର ଖୋଲିବାକୁ ଅପେକ୍ଷା କରି ନ ପାରୁଛନ୍ତି ସେମାନେ ନିର୍ମାଣ କରିଥିବା ନୂଆ ନୂଆ ଫିଲ୍ମ ଓଟିଟି ପ୍ଲାଟପର୍ମରେ ରିଲିଜ କରିଦେଉଛନ୍ତି। କିଛି କିଛି ସ୍ଥାନରେ ଥିଏଟର ଖୋଲିଲାଣି। ହେଲେ ବଡବଡ ଫିଲ୍ମ ଲାଗି ନିର୍ମାତା ୮୦ ପ୍ରତିଶତ ଅକ୍ୟୁପାନ୍ସିକୁ ଅପେକ୍ଷା କରିପାରୁ ନାହାନ୍ତି। ଏଣୁ ଓଟିଟି ପ୍ଲାଟଫର୍ମରୁ କିଛି ମିଳିଯାଉ ସେହି ଆଶାରେ ରିଲିଜ କରି ଦେଉଥିବାରୁ ଆଗକୁ ପ୍ରେକ୍ଷାଳୟରେ ଚାଲିବା ଲାଗି ନୂଆ ଫିଲ୍ମ ହୁଏତ ଅଭାବ ହୋଇପାରେ ବୋଲି ଟ୍ରେଡ ସମୀକ୍ଷକମାନେ ଆଶଙ୍କା କରୁଛନ୍ତି।
{"id":481566,"sizeSlug":"large","linkDestination":"none"}ମୁମ୍ବାଇରେ ଏବେବି କରୋନା କଟକଣା ଜାରି ରହିଛି। ଏଣୁ ପ୍ରଡକ୍ସନ ଧିମେଇ ଯିବା ସାଧାରଣ କଥା। ଏବେ ଜଣେ ଜଣେ କଳାକାର ଗୋଟିଏ ଦୁଇଟି ଫିଲ୍ମ କରୁଛନ୍ତି। କେହି କେହି ଅଧିକ ଫିଲ୍ମ ମଧ୍ୟ ଧରି ରଖିଛନ୍ତି। ତେବେ କରୋନାରେ ସମସ୍ତଙ୍କ ଡେଟ୍ ବେକାର ହୋଇଯାଇଛି। ଏବେ ଯେତେବେଳେ ସମସ୍ତେ ଏକକାଳୀନ ପ୍ରଡକ୍ସନକୁ ଓହ୍ଲାଇବେ ସେତେବେଳେ କଳାକାରଙ୍କୁ ସବୁଠୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ବୁଝାଗଲାଣି। ଗତବର୍ଷ ନଭେମ୍ବର-ଡିସେମ୍ବର ମାସରେ ସବୁକିଛି ସ୍ୱଭାବିକ ଲାଗୁଥିଲା। ଲାଗଲାଗ ଫିଲ୍ମ ରିଲିଜ ଡେଟ୍ ଘୋଷଣା ହେଉଥିଲା। ଦେଖୁ ଦେଖୁ ସେକେଣ୍ଡ ୱେଭ ଆସିଯିବା ଉଦ୍ୟୋଗକୁ ପୁଣି ସ୍ଥାଣୁ କରିଦେଇଥିଲା। ଅନେକ ପ୍ରଯୋଜକଙ୍କ ଫିଲ୍ମ ରିଲିଜ ମଧ୍ୟ ହୋଇପାରିନଥିଲା। ଏଣୁ ଏବେ ପ୍ରଯୋଜକମାନେ ଚୁପଚାପ ରହିଛନ୍ତି। କେହି ଫିଲ୍ମ ରିଲିଜର ତାରିଖ ଘୋଷଣା କରୁ ନାହାନ୍ତି। ତେବେ ଏହା ସୋ’ ବିଜେନେସ୍ ହୋଇଥିବାରୁ କେବେ ଅଟକିବ ନାହିଁ ବୋଲି ସମୀକ୍ଷକମାନେ କହିଛନ୍ତି।