ଓସ୍କାର ପାଇଁ ୫ ଭାରତୀୟ ଫିଲ୍ମ ମନୋନୀତ; ଜାଣନ୍ତୁ ଛେଲ୍ଲୋ ଶୋ, କାନ୍ତରା କେଉଁ ବର୍ଗରେ ପାଇଛି ସ୍ଥାନ

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ: ଫିଲ୍ମ ଜଗତରେ ସର୍ବଶ୍ରେଷ୍ଠ ସମ୍ମାନ ଓସ୍କାର ଆଓ୍ବାର୍ଡ ପାଇଁ ୫ ଭାରତୀୟ ଫିଲ୍ମ ମନୋନୀତ । ଭିନ୍ନ ଭିନ୍ନ ବର୍ଗରେ ଓସ୍କାର ପୁରସ୍କାର ପାଇଁ ସ୍ଥାନ ପାଇଛି ଚଳଚ୍ଚିତ୍ର । ସର୍ବଶ୍ରେଷ୍ଠ ଫିଲ୍ମ ସମ୍ମାନ ପାଇଁ ଛେଲ୍ଲୋ ଶୋ, ଆରଆରଆର, ଗଙ୍ଗୁବାଇ କାଠିଆଓ୍ବାଡି, ଦି କାଶ୍ମୀର ଫାଇଲ୍ ଓ କାନ୍ତରା ନୋମିନେସନରେ ସାମିଲ  ହୋଇଛି ।  ତେବେ କ’ଣ ଏହି ୫ ଫିଲ୍ମ ଏବଂ କେଉଁ ବିଷୟ ଉପରେ ଆଧାରିତ ଆସନ୍ତୁ ଜାଣିବା ।

ଏକାଡେମିକ ଅଫ୍ ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନସିଜ୍  କ୍ବାଲିଫାଇଡ୍ ପାଇଁ ୩୦୧ ଫିଲ୍ମର ଲିଷ୍ଟ୍ ଜାରି କରାଯାଇଛି । ପ୍ରଥମ ଥର ପାଇଁ ଭାରତୀୟ ଫିଲ୍ମକୁ ୫ଟି ବର୍ଗରେ  ସର୍ଟଲିଷ୍ଟ କରାଯାଇଛି । ଏହି ଫିଲ୍ମ ନୋମିନେସନ ପାଇଁ ୧୨-୧୭ ଜାନୁଆରୀ ପର୍ଯ୍ୟନ୍ତ ଭୋଟିଂ ହେବ । ଏହା ପରେ ଜାନୁଆରୀ ୨୪ ତାରିଖରେ ଅନ୍ତିମ ଲିଷ୍ଟ ଜାରି କରାଯାଇଛି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।   

{"id":731812,"width":830,"height":690,"sizeSlug":"full","linkDestination":"none"}

‘ଛେଲ୍ଲୋ ଶୋ’:

ଗୁଜରାଟୀ ଫିଲ୍ମ ଛେଲ୍ଲୋ ଶୋ’କୁ ଶ୍ରେଷ୍ଠ ଅନ୍ତଜାର୍ତୀୟ ଚଳଚ୍ଚିତ୍ର ଗର୍ବରେ ସାମିଲ କରାଯାଇଛି । ଏହି ଫିଲ୍ମ ଅର୍ଥ ହେଉଛି ‘ଦି ଲିଷ୍ଟ ଶୋ’।  ଏହାକୁ ପେନ୍ ନଳିନ ନିର୍ଦ୍ଦେଶନା ଦେଇଛନ୍ତି । ଭାବିନ୍ ରବାଡି ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ୨୦୨୨ ଅକ୍ଟୋବର ମାସରେ ଏହି ରିଲିଜ୍ ହୋଇଥିଲା ।

ଆରଆରଆର ଫିଲ୍ମ:

୨୦୨୨ ମାର୍ଚ୍ଚ ମାସରେ ରିଲିଜ୍ ହୋଇଥିଲା ବ୍ଲକବ୍ଲଷ୍ଟର ଫିଲ୍ମ ଆରଆରଆର । କେବଳ ଦେଶ ଭିତରେ ବିଦେଶରେ ମଧ୍ୟ ଧମାଲ ମଚାଇଥିଲା ଏସଏସରାଜା ମୌଲିଙ୍କ ଏହି ଫିଲ୍ମ । ବକ୍ସ ଅଫିସରେ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା ଆରଆରଆର । ଏହି ଫିଲ୍ମ ‘ଗୋଲ୍ଡେନ୍ ଗ୍ଲୋବ ୨୦୨୩’ ମନୋନିତ ହୋଇଛି । ଫିଲ୍ମର ତେଲଗୁ ଗୀତ ନାଟୁ ନାଟୁକୁ ଶ୍ରେଷ୍ଠ ଗୀତ ଭାବେ ମନୋନିତ ହୋଇ ‘ଗୋଲ୍ଡେନ୍ ଗ୍ଲୋବ ୨୦୨୩’ ସମ୍ମାନ ମିଳିଛି । ସାଉଥ୍ ସୁପର ଷ୍ଟାର ରାମଚରଣ ଏବଂ ଜୁନିୟର ଏଣ୍ଟିଆର୍ ଫିଲ୍ମର ମୁଖ୍ୟଭୂମିକାରେ ରହିଛନ୍ତି । ନିର୍ଦ୍ଦେଶକ ଏସଏସରାଜା ମୌଲିଙ୍କ ଆରଆରଆର ଫିଲ୍ମ ବ୍ରିଟିଶ ଶାସନ ସମୟର ରାଷ୍ଟ୍ରବାଦ ଓ ଭ୍ରଷ୍ଟାଚାରକୁ ନେଇ ଆଧାରିତ ।

ଗଙ୍ଗୁବାଇ କାଠିଆଓ୍ବାଡି:

ସଞ୍ଜୟ ଲୀଲା ବଂଶାଲିଙ୍କ ଗଙ୍ଗୁବାଇ କାଠିଆଓ୍ବାଡି ଚଳଚ୍ଚିତ୍ର ରିମାଇଣ୍ଡର୍ ତାଲିକାରେ ସ୍ଥାନ ପାଇଛି । ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ  ଅଭିନୟ କରିଛନ୍ତି । ୨୦୨୨ ଫେବ୍ରୁଆରୀ ୨୫ ତାରିଖରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ଚଳଚ୍ଚିତ୍ରରେ ଆଲିଆଙ୍କ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ ।  

ଦି କାଶ୍ମୀର ଫାଇଲ୍:

ବିବେକ୍ ଅଗ୍ନିହୋତ୍ରୀଙ୍କ ଦି କାଶ୍ମୀର ଫାଇଲ୍ ଜାମ୍ମୁ-କାଶ୍ମୀରରେ ଉଗ୍ରବାଦ ଅତ୍ୟାଚାରକୁ ନେଇ ଆଧାରିତ । ୨୦୨୨ ମାର୍ଚ୍ଚ ୧୧ ତାରିଖରେ ବକ୍ସ ଅଫିସରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଆରମ୍ଭକୁ ବିବାଦ ଭିତରେ ରହିଥିଲା  । ହେଲେ ଅଖଣ୍ଡ ଭାରତରେ ଏହି ଫିଲ୍ମ ଲୋକେ ପସନ୍ଦ କରିଥିଲେ । ଏହି ଫିଲ୍ମକୁ ମଧ୍ୟ ଓସ୍କାର ପୁରସ୍କାର ରିମାଇଣ୍ଡର ଲିଷ୍ଟରେ ରଖାଯାଇଛି ।  

{"id":731813,"width":821,"height":402,"sizeSlug":"full","linkDestination":"none"}

କାନ୍ତରା:

କେରଳର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ପରମ୍ପରାକୁ ନେଇ ଆଧାରିତ କାନ୍ତରା ଚଳଚ୍ଚିତ୍ର । ଏହାକୁ ଋଷଭ ସେଟ୍ଟୀ ନିର୍ଦ୍ଦେଶନା ଦେବା ସହିତ ଅଭିୟନ ମଧ୍ୟ କରିଛନ୍ତି । ଏହି ରିଜିଜ୍ ହେବା ଦିନ ଠାରୁ ଦର୍ଶକଙ୍କ ମନ ଜିତି ପାରିବାରେ ସଫଳ ହୋଇଥିଲା । ଫିଲ୍ମ ବ୍ୟବସାୟରେ ମଧ୍ୟ ରେକର୍ଡ କରିଥିଲା । ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଅଭିନୟ ଓ ଶ୍ରେଷ୍ଠ ଫିଲ୍ମ ବର୍ଗରେ ନୋମିନେସନ ହୋଇଛି ।

{"id":731814,"width":847,"height":391,"sizeSlug":"full","linkDestination":"none"}

ଭାରତରୁ ଛେଲ୍ଲୋ ଶୋ, ଦି କାଶ୍ମୀର ଫାଇଲ୍, ମି ବସନ୍ତରାବ, ତୁଝୟା ସାଠୀ କାହୀ,  ରାକେଟରୀ ଦ ନମ୍ବି ଇଫେକ୍ଟ, ଇରାବିନ ନିଝାଲ ଏବଂ ବିକ୍ରାନ୍ତ ରୋନା ଫିଲ୍ମ କୁ ଓସ୍କାର ପାଇଁ ପଠାଯାଇଛି । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଏହାର ମୁଖ୍ୟ ସମାରୋହ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.