ପରଦାକୁ ଆସିବ 'ଭିରେ ଦି ୱେଡିଂ' ପାର୍ଟ -୨, ପୁଣି ଦମ୍‌ଦାର ଲୁକ୍‌ରେ ନଜର ଆସିବେ ଗର୍ଲ ଗେଙ୍ଗ…

Published By : Prameya-News7 Bureau | January 10, 2020 IST

ମୁମ୍ୱାଇ୧୦|୧: ବଲିଉଡ ବେବୋ କରୀନା କପୁରଙ୍କ ସୁପରହିଟ୍‌ ଫିଲ୍ମ ‘ଭିରେ ଦି ୱେଡିଂ’ର ଦ୍ବିତୀୟ ପାର୍ଟ ନିର୍ମାଣ କରାଯିବ। ରିପୋର୍ଟ ଅନୁସାରେ ‘ଭିରେ ଦି ୱେଡିଂ’ର ସିକ୍ୱାଲରେ ମଧ୍ୟ କରୀନା କପୁର ଅଭିନୟ କରିବେ। ନିକଟରେ କରୀନା କପୁରଙ୍କ ଫିଲ୍ମ ଗୁଡ୍‌ ନ୍ୟୁଜ ରିଲିଜ ହୋଇଥିଲା। ଏହି ଫିଲ୍ମ ହିଟ୍‌ ହେବା ସହ ବହୁତ ଭଲ ଆୟ କରିଥିଲା।    

{"id":209349,"sizeSlug":"large"}

ତେବେ କରୀନା ନିଜେ ଏହି ଗୁଡ୍‌ ନ୍ୟୁଜ୍‌ ସେୟାର କରିଛନ୍ତି ଯେ, ‘ଭିରେ ଦି ୱେଡିଂ’ର ପାର୍ଟ ୨ ନିର୍ମାଣ ହେବ। ‘ଭିରେ ଦି ୱେଡିଂ’ରେ ଅଭିନେତ୍ରୀ କରୀନା କପୁରଙ୍କ ବ୍ୟତୀତ ସୋନମ୍‌ କପୁର, ସ୍ବରା ଭାସ୍କର ମଧ୍ୟ ଅଭିନୟ କରିଥିଲେ। ପ୍ରଥମ ପାର୍ଟ ଭଲ ହୋଇଥିବାରୁ ଏବେ ସେମାନେ ଦ୍ବିତୀୟ ପାର୍ଟ ପାଇଁ ବେଶ ଉତ୍ସାହିତ ଅଛନ୍ତି।  

{"id":209350,"sizeSlug":"large"}

ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ କରୀନାଙ୍କ ସହ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ଦିଲ୍‌ଜିତ୍‌ ଏବଂ କିଆରା ଆଡ଼ଭାନୀ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଫିଲ୍ମର ସକ୍ସେସ୍‌ ପାଳିବା ସହ ଏବେ କରୀନା ‘ଭିରେ ଦି ୱେଡିଂ’ ପାର୍ଟ ୨ର ଖୁସି ଖବର ଦେଇଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.