Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଦିଗ୍ଗଜ ବଲିଉଡ୍‌ ନିର୍ଦ୍ଦେଶକ ସାୱନ କୁମାର ଟାକ୍‌ ଆଉ ନାହାନ୍ତି, ଦୀର୍ଘ ସମୟରୁ ଥିଲେ ଅସୁସ୍ଥ

25/08/2022 at 8:24 PM

ମୁମ୍ବାଇ ୨୫।୮: ଦିଗ୍ଗଜ ବଲିଉଡ ନିର୍ଦ୍ଦେଶକ ସାୱନ କୁମାର ଟାକ୍‌ ଗୁରୁବାର ଇହଲିଳା ସମ୍ବରଣ କରିଛନ୍ତି। ମୁମ୍ବାଇର କୋକିଲା ବେନ୍‌ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ହେଲା ସେ ଏଠାରେ ଭର୍ତ୍ତି ହୋଇଥିଲେ ଓ ଗୁରୁବାର ତାଙ୍କର ହୃଦଘାତରେ ପରଲୋକ ହୋଇଛି। ଦୀର୍ଘ ସମୟରୁ ସେ ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଆଖି ମୁଦିଛନ୍ତି।

ସାୱନ କୁମାରଙ୍କ ପରଲୋକରେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ଇଂଷ୍ଟାଗ୍ରାମରେ ସାୱନକୁମାରଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ବଲିଉଡ ଫିଲ୍ମ ‘ସନମ ବେୱଫା’ରେ ସାୱନ ସଲମାନଙ୍କୁ ନେଇ କାମ କରିଥିଲେ। କେବଳ ନିର୍ଦ୍ଦେଶକ ନୁହନ୍ତି ସେ ଜଣେ ଚଳଚିତ୍ର ନିର୍ମାତା ଓ  ଗୀତିକାର  ମଧ୍ୟ। ସଲମାନଖାନଙ୍କ ସନମ ବେୱଫା ଫିଲ୍ମ ଯେଉଁମାନେ ଦେଖିଛନ୍ତି ସେମାନେ ସାୱନ କୁମାରଙ୍କୁ ଅନୁଭବ କରିପାରିଥିବେ।

ପରଲୋକ ବେଳକୁ ସାୱନ କୁମାରଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତ ଦୁଇ ଦିନ ହେଲା ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏଣୁ ତାଙ୍କୁ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ତାଙ୍କ ପୁତୁରା ନବୀନ ଏକ ଅନଲାଇନ ମିଡିଆକୁ କହିଛନ୍ତି। ସାୱନ କୁମାର ତାଙ୍କ କ୍ୟାରିୟରରେ ୧୯ରୁ ଅଧିକ ଫିଲ୍ମ ପ୍ରଯୋଜନା କରିଛନ୍ତି। ସେ ସନମ ବେୱଫା, ସୌତନ ଓ ସାଜନ ବିନା ସୁହାଗନ ଭଳି ଅନେକ ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

୧୯୭୨ ମସିହାରେ ସାୱନ କୁମାର ‘ଗୋମତୀ କେ କିନାରେ’ ଫିଲ୍ମରୁ ତାଙ୍କର କ୍ୟାରିୟ ଆରମ୍ଭ କରିଥିଲେ। କେବଳ ଫିଲ୍ମ ନୁହେଁ ସେ ଜଣେ ଗୀତିକାର ଭାବେ ମଧ୍ୟ ବଲିଉଡ ଇଣ୍ଡଷ୍ଚ୍ରିରେ ବେଶ୍ ଜଣାଶୁଣାଥିଲେ। ଫିଲ୍ମ କହୋନା ପ୍ୟାର ହୈ ର ଗୀତ ‘ପ୍ୟାର କି କସ୍ତି ମେ..’ ସେ ରଚନା କରିଥିଲେ। ଏହା ଛଡା ଏହି ଫିଲ୍ମର ଜାନେମନ ଜାନେମନ, ସାନ୍ଦସିତାରେ ଗୀତ ମଧ୍ୟ ସେ ରଚନା କରିଥିଲେ।

   Related Posts