‘ନିଶିକାନ୍ତ କାମତଙ୍କ ନିଧନ ଖବର ମିଛ, ଗୁରୁତର କିନ୍ତୁ ଜୀବିତ, ଭେଣ୍ଟିଲେଟରରେ ସପୋର୍ଟ ଅଛନ୍ତି’-ମିଲାନ୍ ଜାଫ୍ରି
17/08/2020 at 1:39 PM

ମୁମ୍ବାଇ ୧୭/୦୮ : ଗତ କିଛି ଦିନ ହେଲା ନିର୍ଦେଶକ ନିଶିକାନ୍ତ କାମତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ବର୍ତ୍ତମାନ ତାଙ୍କ ନିଧନ ଖବର ସୋସିଆଲ ମିଡ଼ିଆରେ ଘୁରି ବୁଲୁଚି | କିଛି ରିପୋର୍ଟସ ଦାବି କରୁଛନ୍ତି ଯେ ନିଶିକାନ୍ତଙ୍କ ନିଧନ ହୋଇଯାଇଛି | କିନ୍ତୁ ଆଉ କିଛି ରିପୋର୍ଟସ ଦାବି କରୁଛନ୍ତି ଯେ ସେ ଜୀବିତ ଅଛନ୍ତି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି | ସୂଚନାଯୋଗ୍ୟ ଯେ, ନିଶିକାନ୍ତ କାମତ ଲିଭର ସିରୋସିସ ନାମକ ରୋଗରେ ପୀଡିତ ଅଛନ୍ତି |
ଗତ କିଛି ଦିନ ହେଲା ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସେ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି | ତାଙ୍କ ଅବସ୍ଥା ଗୁରୁତର ରହିଛି | ଅଭିନେତା ଜୟାଵନ୍ତ ୱାର୍ଡକର ତାଙ୍କର ନିଧନ ହୋଇଥିବା ସୂଚନା ଦେଇଥିଲେ | ନିଶିକାନ୍ତଙ୍କ ନିଧନ ଖବର ଶୁଣିବା ପରେ ଅନେକ ସିଲିବ୍ରିଟୀ ତାଙ୍କୁ ଟ୍ୱିଟ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ଏହିଭଳି ସ୍ଥିତିରେ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ | ନିଶିକାନ୍ତଙ୍କ ପରିବାର ସଦସ୍ୟଙ୍କ ବୟାନକୁ ଅପେକ୍ଷା ରହିଛି |