ଭୋଜପୁରୀ ଫିଲ୍ମରେ ନଜର ଆସିଥିଲେ ବଲିଉଡ୍‌ର ଏହି ଷ୍ଟାର, ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ କାହିଁକି

Published By : Prameya-News7 Bureau | August 01, 2022 IST

ମୁମ୍ବାଇ ୦୧।୦୮: ଗତ କିଛି ବର୍ଷ ହେବ ଭୋଜପୁରୀ  ଇଣ୍ଡଷ୍ଟ୍ରିରେ ବହୁତ ପରିବର୍ତ୍ତନ ଆସିଛି। ଏବେ ଭୋଜପୁରୀ ଫିଲ୍ମରେ ନୂଆ ନୂଆ କାହାଣୀ ଦେଖିବାକୁ ମିଳିଛି। ଏହା ବ୍ୟତୀତ ଇଣ୍ଡଷ୍ଟ୍ରିରେ ନିଜ ଉପରେ ବହୁତ କିଛି କାମ କରଛନ୍ତି। ବୋଧ ହୁଏ  ଏହି ପରିବର୍ତ୍ତନ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଭୋଜପୁରୀ ସିନେମା ପ୍ରତି କ୍ରେଜ୍‌ ବଢୁଛି। ଦିନକୁ ଦିନ ବଲିଉଡ୍‌ ସେଲେବ୍‌ମାନେ ମଧ୍ୟ ଭୋଜପୁରୀରେ ଅଭିନୟର ଯାଦୁ ଦେଖାଉଥିଲେ।  ହେଲେ ସମୟ ବଦଳିଲା ବଲିଉଡ୍‌ ଷ୍ଟାରମାନେ ଭୋଜିପୁରି ସିନେମାରୁ ଦୂରେଇ ଯାଇଥିଲେ। ଏପରି କାହିଁକି କଲେ କାରଣ କଣ। ଏମିତି କିଛି ଅଛନ୍ତି ଯିଏ ଭୋଜପୁରୀ ଫିଲ୍ମରେ କାମ କରିବା ଉଚିତ୍‌ ମନେ କରି ନାହାନ୍ତି ।

ଧର୍ମେନ୍ଦ୍ର- ବଲିଉଡ୍‌ର ହିମ୍ୟାନ୍‌ ହେଉଛନ୍ତି ଧର୍ମେନ୍ଦ୍ର। ୨୦୧୩ରେ ରିଲିଜ୍‌ ହୋଇଥିଲା ଭୋଜପୁରୀ ଫିଲ୍ମ ଦେଶ୍‌ ପରଦେଶରେ ଲିଡ୍‌ ରୋଲ୍‌ରେ ଥିଲେ। ଯେଉଁଥିରେ ତାଙ୍କ ସହ କାଦର ଖାନ୍‌ ଓ ରତି ଅଗ୍ନିହୋତ୍ରୀ ନଜର ଆସିଥିଲେ।  ଏହାପରେ ଧର୍ମେନ୍ଦ୍ର ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ।

ହେମାମାଲିନୀ-ଏହି ତାଲିକାରେ ହେମା ମଧ୍ୟ ସାମିଲ୍‌ ହୋଇଛି। ସେ ଭୋଜପୁରୀ ଫିଲ୍ମ ଗଙ୍ଗାରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କ ସହ ଲିଡ୍‌ ରୋଲ୍‌ରେ ଥିଲେ ଅମିତାଭ୍‌ ବଚ୍ଚନ୍।

ଅମିତାଭ୍‌ ବଚ୍ଚନ- ବଲିଉଡ୍‌ର ଶେହନସା ଅମିତାଭ। ସେ ଗଙ୍ଗାରେ ନିଜର ଦକ୍ଷ ଅଭିନୟର ଯାଦୁ ଦେଖାଇଥିଲେ। ବଲିଉଡ୍‌ ଫିଲଲ୍ମ ଭଳି ଭୋଜପୁରୀରେ ମଧ୍ୟ ତାଙ୍କ ଅଭିନୟ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥିଲା ।

ଭାଗ୍ୟଶ୍ରି- ମେନେ ପ୍ୟାର କିୟା ଅଭିନେତ୍ରୀ ଭାଗ୍ୟଶ୍ରୀ ଏକ ନୁହେଁ ବହୁତ ଭୋଜପୁରୀ ଫିଲ୍ମରେ ନଜର ଆସିଛନ୍ତି। ଭାଗ୍ୟଶ୍ରୀଙ୍କୁ ସମସ୍ତ ଇଣ୍ଡଷ୍ଟ୍ରିରେ ଖୁବ୍‌ ଭଲ ପାଇବା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.