ସିନେମା କ୍ୟାରିୟରଠୁ ଆଫେୟାର୍ସ ଯାଏଁ, ଜାଣନ୍ତୁ ସାରା ଅଲି ଖାନ୍‌ଙ୍କ ବିଷୟରେ...

Published By : Prameya-News7 Bureau | August 12, 2022 IST

ମୁମ୍ବାଇ ୧୨।୦୮: ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ସାରା ଅଲି ଖାନ। ଆଜି ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ ନବାବ୍‌ ସୈଫ ଅଲି ଖାନ ଏବଂ ଅଭିନେତ୍ରୀ ଅମୃତା ସିଂ ଝିଅ ସାରା । ସାରା ଅଲି ଖାନ ନବାବ ପରିବାରର ଅଲିୟଳି ଝିଅ । ସାରା ଦେଖିବାକୁ ଠିକ୍ ତାଙ୍କ ମା ଅମୃତା ସିଂଙ୍କ ପରି। ସାର ନଟଖଟ୍‌ ଅନ୍ଦାଜ ପ୍ରଶଂସକମାନେ ପସନ୍ଦ କରନ୍ତି । ନିଜର ପ୍ରଥମ ଚଳଚ୍ଚିତ୍ରଠାରୁ ଦକ୍ଷ ଅଭିନୟ ଦେଇଥିବା ସାରା, 'ସିମ୍ବା', 'କୁଲି ନମ୍ବର', 'ଅଟ୍ରାଙ୍ଗି ରେ', 'ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

Sara Ali Khan is all praise for Amrita Singh in her 'Mommy ...

ସାରା ତାଙ୍କ ସାବତ ମା କରୀନାଙ୍କ ସହ ନିବିଡ ବନ୍ଧନ ଅଛି। କେବଳ ଏତିକି ନୁହେଁ ତୈମୁର ଏବଂ ଜେହଙ୍କୁ ବହୁତ ଭଲ ପାଆନ୍ତି । ସାରା ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ମା ଅମୃତା ସିଂ ସହ ଅତି ଘନିଷ୍ଠ ଅଟନ୍ତି । ସାରା ଖୁବ୍ କମ୍ ସମୟରେ ନିଜ ପାଇଁ ଏକ ଭିନ୍ନ ଏବଂ ବଡ ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ଚର୍ଚ୍ଚା । ଲାଇମ୍‌ ଲାଇଟ୍‌ରେ ରହିବାକୁ ସାରାଙ୍କୁ ଖୁବ୍‌ ପସନ୍ଦ। ଚାଲନ୍ତୁ ଜାଣିବା ଜନ୍ମଦିନରେ ସାରାଙ୍କ ବିଷୟରେ ....

VIDEO: Kareena Kapoor Khan and Sara Ali Khan set fashion goals, blow kiss  as they pose together

ଏଥିରେ କୌଣସି ସନ୍ଦେହ ନାହିଁ । କି ସାରା ଏକ ଷ୍ଟାର୍ କିଡ୍‌ ଭାବରେ ଡେବ୍ୟୁ କରିଥିଲେ। କେଦାରନାଥ ଫିଲ୍ମରୁ ସାରା ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ରଣଭୀର ସିଂଙ୍କ ସହ ସିମ୍ବାରେ ଅଭିନୟ କରିଥିଲେ। ଅନ୍ୟପକ୍ଷରେ, ସାର କାର୍ତ୍ତିକଙ୍କ ବିପକ୍ଷରେ ଲଭ୍ ଆଜ୍ କଲ୍‌ରେ ନଜର ଆସିଥିଲେ। ବରୁଣ ଧାୱନଙ୍କ ସହ କୁଲି ନମ୍ବର ୱାନ ପରେ ଶେଷ ଥର ପାଇଁ ଫିଲ୍ମ ଅତରଙ୍ଗି ରେ ଦେଖିବାକୁ ମିଳିଥିଲା। ଖୁବ୍ ଶୀଘ୍ର ବିକି କୌଶଲଙ୍କ ସହ ମଧ୍ୟ ନଜର ଆସିବେ। ଯାହାର ଟାଇଟଲ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏଥି ସହିତ ସେ ବିକ୍ରାନ୍ତ ମେସିଙ୍କ ସହ ଫିଲ୍ମରେ ମଧ୍ୟ ଜଲୱା ଦେଖାଇବେ।

3 Times Sara Ali Khan Looked Striking In Red Hot Outfits: See Pics | IWMBuzz

ଇନଷ୍ଟା କ୍ଵିନ୍‌ ସାରା ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସାରା ଅଲି ଖାନ ନିଜର ହଟ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦିୱାନା କରନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସାରା ଅଲି ଖାନ ୨୨ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି। ସାରା ପ୍ରତିବର୍ଷ ପ୍ରାୟ ୬ କୋଟି ଟଙ୍କା ରୋଜଗାର କରନ୍ତି । ଚଳଚ୍ଚିତ୍ର ବ୍ୟତୀତ ସାରା ବିଜ୍ଞାପନ ଏବଂ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଟନ୍ତି । ବ୍ରାଣ୍ଡରରୁ ସାରା ପ୍ରାୟ ୫୦ ରୁ ୬୦ ଲକ୍ଷ ଟଙ୍କା ନେଇଥାନ୍ତି।

{"width":836,"height":455}
My mother has gone through so much more than I have: Sara Ali Khan

ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ। ସାରା ସୁଶାନ୍ତ ସିଂ ରାଜପୁତଙ୍କ ଦୁହେଁ ମଧ୍ୟ ଏକ ସଂପର୍କରେ ଥିଲେ। ଉଭୟେ ଏ ବିଷୟରେ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନଥିଲେ। ପରେ କାର୍ତ୍ତିକ ଆର୍ଯ୍ୟନଙ୍କ ନିକଟତର ହୋଇଥିଲେ। କିନ୍ତୁ ପରେ ଦୁହେଁ ମଧ୍ୟ ଅଲଗା ହୋଇଯାଇଥିଲେ । ସୁଶାନ୍ତ ଏବଂ କାର୍ତ୍ତିକଙ୍କ ବ୍ୟତୀତ ସାରାଙ୍କ ନାମ ଇଶାନ ଖଟ୍ଟର, ହର୍ଷବର୍ଦ୍ଧନ କପୁର ଏବଂ ଭୀର ପାହାଡିଆ ସହିତ ମଧ୍ୟ ଜଡିତ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.