ବଲିଉଡର ଏହି ବିଉଟି କୁଇନ ଭାରତୀୟ ଟିମର ସ୍ପିନର କୁଲଦୀପଙ୍କ ସହ ଡେଟରେ ଯିବାକୁ ଚାହାନ୍ତି

Published By : Prameya-News7 Bureau | January 12, 2019 IST

ମୁମ୍ବାଇ୧୨|୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଏବେ ବେଶ ଚର୍ଚ୍ଚାରେ ଅଛି। ଗତ ଟେଷ୍ଟ ରେ ଭାରତ କଂଗାରୁ ଟିମକୁ ହରାଇ ସଫଳତା ହାସଲ କରିଛି । ସେପେଟେ ଟେଷ୍ଟ ସିରିଜ୍ ହାରିଥିବା ଅଷ୍ଟ୍ରେଲିଆ ବଦ୍‌ଲା ନେବାକୁ ଯୋରସୋରରେ ଉଦ୍ୟମ କରୁଛି ।

{"id":72986,"width":594,"height":370}

ସୁଚନାଯୋଗ୍ୟ ଯେ ଏହି ଟେଷ୍ଟ ସିରିଜ୍‌ର ଶେଷ ମୁକାବଲା ମ୍ୟାଚରେ କୁଲଦିପ ୟାଦବଙ୍କୁ ସୁଯୋଗ ଦିଆଯାଇଥିଲା ଏବଂ ସେ ଭଲ ପ୍ରଦର୍ଶନ କରିଥିଲେ। କୁଲଦିପ ସିଡନୀ ଟେଷ୍ଟ ମ୍ୟାଚ୍‌ରେ ୫ଟି ୱିକେଟ ନେଇଥିଲେ । କୁଲଦିପ ୟାଦବ ଏବେ ତାଙ୍କ ଖେଳ ପାଇଁ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ଗୋଟେ ନୂଆ ଖବର ହେଲା ଯେ, ବଲିଉଡର ଜଣେ ବିଉଟି କୁଇନ ଏବେ କୁଲଦିପଙ୍କ ଉପରେ ଫିଦା ଓ ସେ ତାଙ୍କ ସହ ଡେଟରେ ଯିବାକୁ ଚାହାନ୍ତି।

{"id":72984,"width":593,"height":333}

ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡେଜ କୁଲଦିପ ୟାଦବଙ୍କୁ ଡେଟ କରିବାକୁ ଚାହାନ୍ତି। ବଲିଉଡର ବିଉଟି କୁଇନ ଓ ହଟ ଅଭିନେତ୍ରୀ ଜାକଲିନ, ମିସ ୟୁନିଭର୍ସ ଶ୍ରୀଲଙ୍କା ପାଜିଏଣ୍ଟସ ୨୦୦୬ର ମୁକୁଟ ଜିତିଥିଲେବଲିଉଡରେ ଜାକଲିନ ୨୦୦୯ ମସିହାରେ ପାଦଦେଇଥିଲେ। ଆଲାଦିନ ଫିଲ୍ମରୁ ସେ ତାଙ୍କ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ। ଜାକଲିନଙ୍କୁ ଯ୍ୟାକ ଅଫ ହାର୍ଟସ ଇନ ଇଂଡିଆ ମଧ୍ୟ କୁହାଯାଏ। ଶ୍ରୀଲଙ୍କାର ଝିଅ ଭାରତରେ ଅନେକ ଲୋକଙ୍କ ଦିଲରେ ରାଜ କରନ୍ତି।

{"id":72985,"width":595,"height":330}

ଜାକଲିନ ୟୁନିଭରସିଟି ଅଫ ସିଡନୀରୁ ଗଣମାଧ୍ୟମରେ ଗ୍ରାଜୁଏସନ କରି ଜଣେ ସମ୍ୱାଦଦାତା ଭାବେ ଶ୍ରୀଲଙ୍କାରେ କାମ କରୁଥିଲେ। ଏହା ସହ ମଡେଲିଂ ମଧ୍ୟ କରୁଥିଲେ। ମଡେଲିଂ କରିବା ସମୟରେ ସେ ମିସ ୟୁନିଭର୍ସ ପାଜିଏଣ୍ଟସ ୨୦୦୬ରେ ପ୍ରତିଯୋଗତା ଥିଲେ ଓ ୱିନର ଘୋଷଣାର ୨ ବର୍ଷ ପରେ ବଲିଉଡରେ ଏଣ୍ଟରି କରିଥିଲେ।

{"id":72989,"width":593,"height":370}

ମଡର୨, ହାଉସଫୁଲ୨, ଜୁଡୱା୨, ରେସ୨ ଭଳି କମେଡି, ଆକସନ ଓ ଥ୍ରୀଲର ସିନେମା କରି ସେ ଆଇଫା ଆୱାର୍ଡସ ଫର ବେଷ୍ଟ ସପର୍ଟିଂ ଆକଟ୍ରେସ ପାଇଁ ମନୋନୀତ  ହୋଇଥିଲେ।

{"id":72988,"width":593,"height":357}

ଇଣ୍ଟରଭିଉରେ ଜାକଲିନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଭାରତୀୟ ଖେଳାଳୀଙ୍କ ମଧ୍ୟରୁ ସେ କାହାକୁ ଅଧିକ ପସନ୍ଦ କରନ୍ତି। ତାଙ୍କ ଉତ୍ତରରେ ସେ ଭାରତୀୟ ବୋଲର କୁଲଦିପ ୟାଦବଙ୍କୁ ପସନ୍ଦ କରନ୍ତି ଓ ତାଙ୍କ ସହ ଡେଟରେ ଯିବାକୁ ଚାହାନ୍ତି ବୋଲି କହିଥିଲେ। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.