scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏମାନେ ପରସ୍ପରର ମୁହଁ ଚାହିଁବାକୁ ବି କରନ୍ତିନି ପସନ୍ଦ, କିଏ ଫିଲ୍ମ ପାଇଁ ତ ଆଉ କିଏ…

19/04/2023 at 8:10 AM

ମୁମ୍ବାଇ ୧୯।୦୪: ବଲିଉଡ ଆକଟ୍ରେସଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍ ଏକ ସାଧାରଣ କଥା  । ଫିଲ୍ମ ପାଇଁ ହେଉ କିମ୍ବା ବ୍ୟକ୍ତିଗତ କାରଣରୁ, ଅନେକ ସମୟରେ ଅଭିନେତ୍ରୀଙ୍କ ମଧ୍ୟରେ ହୋଇଥାଏ ମତଭେଦ । ଇଣ୍ଡଷ୍ଟ୍ରିରେ ଏମିତି କିଛି ଆକଟ୍ରେସ ଅଛନ୍ତି ଯେଉଁମାନେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏହି ଲିଷ୍ଟରେ ଅନେକ ବଡ ବଡ ଅଭିନେତ୍ରୀ ରହିଛନ୍ତି । ତେବେ ସେମାନେ କିଏ କିଏ ଆସନ୍ତୁ ଜାଣିବା…

ଲିଷ୍ଟର ପ୍ରଥମରେ ଅଛନ୍ତି ଦୀପିକା ପାଦୁକୋନ ଏବଂ କ୍ୟାଟ୍ରିନା କୈଫ୍ । ଦୁହେଁ ପରସ୍ପରଠୁ ଦୁରେଇ ରୁହନ୍ତି । କୁହାଯାଏ କି ଏମାନଙ୍କ ଝଗଡାର କାରଣ ହେଉଛନ୍ତି ଅଭିନେତା ରଣବୀର କପୁର । ରଣବୀରଙ୍କ ସହ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡା । ସେବେଠୁ କେହି କାହା ମୁହଁକୁ ଅନାନ୍ତିନି ।

କଙ୍ଗନା ରାଣାୱତ ଏବଂ ଆଲିଆ ଭଟ୍ଟ । ସୋସିଆଲ ମିଡିଆରେ ଏମାନଙ୍କ କ୍ୟାଟ୍ ଫାଇଟ୍ ସାମ୍ନାକୁ ଆସିଥିଲା । ନେପୋଟିଜିମ୍କୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡା । କଙ୍ଗନା ଅନୁଯାୟୀ, ଆଲିଆ କେବଳ ମହେଶ ଭଟ୍ଟଙ୍କ ଝିଅ ହୋଇଥିବାରୁ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି, ନହେଲେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ ମିଳନ୍ତାନି ।

ଏହି ଲିଷ୍ଟରେ ଅଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରାନୀ ମୁଖାର୍ଜୀ । ଏମାନଙ୍କ ମଧ୍ୟରେ ସେମିତି ବିଶେଷ କିଛି ହୋଇନାହିଁ । କିନ୍ତୁ ଉଭୟଙ୍କ ଝଗଡା ବହୁତ ପୁରୁଣା ।  କୁହାଯାଏ ଯେ ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ଯୋଗୁଁ ଏମାନଙ୍କ ମଧ୍ୟରେ ମତଭେଦ ହୋଇଥିଲା।

ପ୍ରିୟଙ୍କା ଚୋପ୍ରା ଏବଂ କରୀନା କପୁରଙ୍କ କ୍ୟାଟ୍ ଫାଇଟ୍  ‘କଫି ୱିଥ୍ କରଣ’ ଶୋରେ ସାମ୍ନାକୁ ଆସିଥିଲା  । ଯେଉଁଠାରେ ବେବୋ PCଙ୍କ ଆମେରିକୀୟ ଉଚ୍ଚାରଣକୁ ପରିହାସ କରିଥିଲେ । କୁହାଯାଏ ଯେ ସେବେଠାରୁ ଉଭୟଙ୍କ ମଧ୍ୟରେ ଚାଲିଛି ମତଭେଦ । 

ଆଲିଆ ଭଟ୍ଟ ଓ ଶ୍ରଦ୍ଧା କପୁର । ଏମାନଙ୍କ ଭିତରେ ବି ସେମିତି ଖାସ୍ ସମ୍ପର୍କ ନାହିଁ । କୁହାଯାଏ ଯେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଯୋଗୁଁ ଦୁହିଁଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍ ଆରମ୍ଭ ହୋଇଥିଲା।

   Related Posts