ଐଶ୍ବର୍ଯ୍ୟା ରାୟ ବଚ୍ଚନ: ଆଲିସାନ୍ ବଙ୍ଗଳାର କୁଇନ୍, ସୌନ୍ଦର୍ଯ୍ୟ ଓ ସମ୍ପତ୍ତିରେ ନଂ-୧
8/06/2023 at 11:34 AM

ମୁମ୍ବାଇ ୦୮।୦୬: ବିଗ୍ ବିଙ୍କ ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ସୁନ୍ଦରତାରେ ଦିଅନ୍ତି ସମସ୍ତଙ୍କୁ ମାତ୍ । ରୂପ ଓ ଧନରେ କୋଟିପତି । ଆଲିସାନ୍ ବଙ୍ଗଳାରେ କାଟନ୍ତି ଲଗଜୁରୀ ଲାଇଫ୍ ଷ୍ଟାଇଲ୍ । କୋଟି କୋଟି ସମ୍ପତିର ମାଲିକାଣୀ ନୀଳନୟନା । ଏମିତିକି ନିଜ ସ୍ବାମୀଙ୍କଠାରୁ ଢେର ଉଚ୍ଚାରେ ଅଛନ୍ତି ପୂର୍ବତନ ବିଶ୍ବସୁନ୍ଦରୀ । ନିଜ ଅଭିନୟ ଯାଦୁରେ ପାଗଳ କରନ୍ତି ପୂର୍ବତନ ମିସ୍ ଓ୍ବାର୍ଲ ।

୧୯୯୭ରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଐଶ୍ବର୍ଯ୍ୟା ଏବେ ବି ସକ୍ରିୟ । ନୀଳନୟନା କ୍ୟାରିୟର ଆରମ୍ଭ କରିବା ପରଠାରୁ କେବେ ବି ପଛକୁ ଚାହିଁନାହାନ୍ତି । ବ୍ୟାକ ଟୁ ବ୍ୟାକ୍ ଦେଇଚାଲିଥିଲେ ସୁପରହିଟ୍ ଫିଲ୍ମ । ଏମିତିକି ସେ ସବୁଠାରୁ ଦାମୀ ଅଭିନେତ୍ରୀ ଲିଷ୍ଟରେ ହୋଇଥିଲେ ସାମିଲ । ଏତେ ବର୍ଷର କ୍ୟାରିଅରରେ ନିଜର ଏକ ଶକ୍ତିଶାଳୀ ନେଟ୍ୱର୍ଥ କରି ଦେଇଛନ୍ତି ଐଶ୍ବର୍ଯ୍ୟା । । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ଐଶ୍ଙ୍କ ନେଟଓ୍ବର୍ଥ ୮୨୬କୋଟି ଟଙ୍କା । ଏମିତିକି ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କଠାରୁ ବି ଅଧିକ ଢେର ଗୁଣ ଅଧିକା ।

ଏକ ରିପୋର୍ଟ ଅନୁଯାୟୀ ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ଏବେ ୧୦ କୋଟି ଡଲାରର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ତାଙ୍କ ସମ୍ପତ୍ତି ୮୨୬ କୋଟି ଟଙ୍କା । କିନ୍ତୁ ଅଭିଷେକ ବଚ୍ଚନଙ୍କ ମୋଟ ସମ୍ପତ୍ତି ୨୦୩ କୋଟି ଟଙ୍କା । ଐଶ୍ୱର୍ଯ୍ୟା କେବଳ ଚଳଚ୍ଚିତ୍ରରୁ ନୁହେଁ, ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ କରନ୍ତି ମୋଟା ଅଙ୍କର ରୋଜଗାର । ନୀଳନୟନା ଗୋଟିଏ ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ଟଙ୍କା ଦାବି କରନ୍ତି । ସେ କେବଳ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଗୋଟିଏ ବର୍ଷରେ ୮୦ ରୁ ୯୦ କୋଟି ରୋଜଗାର କରନ୍ତି । କୌଣସି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ସୁଟ୍ ପାଇଁ ଐଶ୍ୱର୍ଯ୍ୟା ଦିନକୁ ନିଅନ୍ତି ୬ ରୁ ୭ କୋଟି ଟଙ୍କା । ହଁ ଏବେ କମ୍ ଫିଲ୍ମ କରୁଛନ୍ତି କିନ୍ତୁ ଆଜିକା ଦିନରେ ବି ସେ ମୋଟା ଅଙ୍କର କରୁଛନ୍ତି ରୋଜଗାର ।

ତେବେ ଐଶ୍ୱର୍ଯ୍ୟାଙ୍କ ବଙ୍ଗଳା କଥା କହିବାକୁ ଗଲେ, ତାଙ୍କର ମୋଟ ବଙ୍ଗଳାର ଦାମ୍ ପ୍ରାୟ ହେବ ୭୦ କୋଟି । ତାଙ୍କର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ୫ ବିଏଚ୍କେର ଆପାର୍ଟମେଣ୍ଟ ଅଛି । ସେ ଏହାକୁ ୨୦୧୫ ମସିହାରେ କିଣିଥିଲେ ଯାହାର ମୂଲ୍ୟ ୨୧ କୋଟି ଟଙ୍କା ବୋଲି କୁହାଯାଉଛି । ଐଶ୍ୱର୍ଯ୍ୟା ରାୟଙ୍କ ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମଧ୍ୟ ଅଛି । ଏହାର ମୂଲ୍ୟ ପ୍ରାୟ ୪୧ କୋଟି ଟଙ୍କା। ଏହା ବ୍ୟତୀତ ଦୁବାଇର ଅଭୟାରଣ୍ୟ ଜଳପ୍ରପାତରେ ଅଭିନେତ୍ରୀଙ୍କ ଏକ ଭିଲ୍ଲା ଅଛି ଯାହାର ମୂଲ୍ୟ ୧୫.୬ କୋଟି ଟଙ୍କା।

ଅଭିନେତ୍ରୀଙ୍କର ରହିଛି ଲଗଜୁରୀ କାର୍ର ସଉକ୍ । ତାଙ୍କର ୭.୯୫ କୋଟି ମୂଲ୍ୟର ଏକ ରୋଲ୍ସ ରୋଏସ୍ ଘୋଷ୍ଟ୍ ଅଛି, ଯାହାକୁ ସେ କିଛି ବର୍ଷ ପୂର୍ବେ କିଣିଥିଲେ । ଏହାବ୍ୟତୀତ ତାଙ୍କର ୨.୩୩ କୋଟି ଟଙ୍କା ମୂଲ୍ୟର Lexus LX 570 ଏବଂ ୧.୫୬ କୋଟି ଟଙ୍କା ମୂଲ୍ୟର ଅଡି A8 L ମଧ୍ୟ ଅଛି।
You Can Read: