ଏମାନେ ବି ୪୦ ପରେ କରିଛନ୍ତି ବିବାହ, ଲିଷ୍ଟରେ ଅଛନ୍ତି ସୁହାସିନିଙ୍କ ଠାରୁ ଜନ୍‌ଙ୍କ ଯାଏଁ…

Published By : Prameya-News7 Bureau | May 28, 2023 IST

ନୂଆଦିଲ୍ଲୀ ୨୮।୦୫:ପ୍ରେମ ଦେଖେନି କୌଣସି ବାଧା ବନ୍ଧନ । ଯେତେବେଳେ ପ୍ରେମ ହୁଏ ନା ନଜର ଆସେ ବୟସ ନା ସମୟ ।  ଏହାର ଏକ ଉଦାହରଣ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ଆଶିଷ ବିଦାର୍ଥୀ । ଯିଏକି ୬୦ ବର୍ଷ ବୟସରେ ରୁପାଲି ବାରୁଆଙ୍କୁ କରିଛନ୍ତି ଜୀବନସାଥୀ । ଆଶିଷ ପ୍ରଥମ ଅଭିନେତା ନୁହଁନ୍ତି ଯିଏ ଏହି ବୟସରେ ପ୍ରେମରେ ପଡିଥିଲେ । ତାଙ୍କ ପୂର୍ବରୁ ମଧ୍ୟ ବଡ ବଡ ହସ୍ତି ପ୍ରେମରେ ନିଜର ବୟସ ଭୁଲି ବିବାହ କରିଛନ୍ତି ।

{"id":793538,"width":838,"height":469,"sizeSlug":"full","linkDestination":"none"}

ପ୍ରଥମରେ ଅଛନ୍ତି ସୁହାସିନି ମୁଲେ । ସେ ଜଣେ ଉତ୍କୃଷ୍ଟ ଅଭିନେତ୍ରୀ ।  ଅନେକ ଚଳଚ୍ଚିତ୍ର ଓ ସିରିଏଲରେ ଅଭିନୟ କରିଛନ୍ତି । ସୁହାସିନି ଦୀର୍ଘ ସମୟ ଧରି ଏକ ଲିଭ୍-ଇନ୍-ରିଲେସନସିପରେ ରହିଥିଲେ । ୧୯୯୦ରେ ତାଙ୍କର ହୋଇଯାଇଥିଲା ବ୍ରେକଅପ୍ । ଯାହା ପରେ ସେ ଅବିବାହିତ ରହିଥିଲେ । ଆଉ ୨୦୧୧ ରେ ତାଙ୍କୁ ମିଳିଥିଲେ ତାଙ୍କ ଜୀବନସାଥୀ । ସୁହାସିନି ୬୦ ବର୍ଷ ବୟସରେ ଅତୁଲ ଗୁରୁଟୁଙ୍କୁ କରିଥିଲେ ବିବାହ ।

{"id":793539,"width":841,"height":610,"sizeSlug":"full","linkDestination":"none"}

ନୀନା ଗୁପ୍ତା । ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ନୀନା ନିଜ ସର୍ତ୍ତ ଅନୁଯାୟୀ ଜୀବନ ଅତିବାହିତ କରିଛନ୍ତି । ୨୦୦୮ ମସିହାରେ, ନୀନା ନିଜ ପାଇଁ ପରଫେକ୍ଟ ସାଥୀ ଖୋଜିବାରେ ସଫଳ ହୋଇଥିଲେ ଓ ବିବେକ ମେହେରାଙ୍କୁ ୫୪ ବର୍ଷ ବୟସରେ ବିବାହ କରିଥିଲେ ।

{"id":793540,"width":841,"height":1259,"sizeSlug":"full","linkDestination":"none"}

ଏହା ପଛକୁ ଅଛନ୍ତି ଉର୍ମିଲା ମାତୋଣ୍ଡକର । 'ରଙ୍ଗିଲା ଗାର୍ଲ' ଉର୍ମିଲା ମାତୋଣ୍ଡକର ୪୨ ବର୍ଷ ବୟସରେ କାଶ୍ମୀରୀ ବ୍ୟବସାୟୀ ତଥା ମଡେଲ ମୋହସିନ୍ ଅଖତର ମିରଙ୍କ ପ୍ରେମରେ ପଡିଥିଲେ । ଆଉ ୨୦୧୬ ରେ ଉର୍ମିଲା ଗୁପ୍ତରେ କରିଥିଲେ ବିବାହ । ଖବର ଅନୁଯାୟୀ ମୋହସିନ୍ଙ୍କ  ଠାରୁ ଉର୍ମିଲା ୧୦ ବର୍ଷ ବଡ ।

{"id":793541,"width":839,"height":781,"sizeSlug":"full","linkDestination":"none"}

'ଡିମ୍ପଲ୍ ଗର୍ଲ' ପ୍ରୀତି ଜିଣ୍ଟା । ଅନେକ କଳାକାରଙ୍କ ସମ୍ପର୍କ ଖବରକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ ପ୍ରୀତି । କିନ୍ତୁ ଏହି ଖବର ଗୁଜବ ବୋଲି ପ୍ରମାଣିତ ହୋଇଥିଲା । ୨୦୧୬ ମସିହାରେ ୪୧ ବର୍ଷିୟ ପ୍ରୀତି ଗୁପ୍ତରେ ବ୍ୟବସାୟୀ ଜିନ୍ ଗୁଡେନୋଫ୍ଙ୍କୁ କରିଥିଲେ ବିବାହ । ପ୍ରୀତି କିଛି ସମୟ ପାଇଁ ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମଧ୍ୟ ତାଙ୍କୁ ଆଇପିଏଲ୍ ସମୟରେ ନିୟମିତ ଦେଖିବାକୁ ମିଳେ ।

{"id":793546,"width":840,"height":441,"sizeSlug":"full","linkDestination":"none"}

ଜନ୍ ଅବ୍ରାହମ ଅଭିନେତା ଜନ୍ ଅବ୍ରାହମ ବିପାଶା ବସୁଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ । ଦିନେ ହଠାତ୍ ସେମାନଙ୍କ ବ୍ରେକଅପ୍ ଖବର ଆସିଲା । ବିପାଶା ଠାରୁ ଅଲଗା ହେବା ପରେ ଜନ୍ ୨୦୧୪ ରେ ନିବେଶ ବ୍ୟାଙ୍କର ପ୍ରିୟା ରୁଚାଲଙ୍କୁ କରିଥିଲେ ବିବାହ । ବିବାହ ସମୟରେ ଜନଙ୍କୁ ହୋଇଥିଲା ୪୧ ବର୍ଷ ବୟସ ।

You Can Read :

wp:embed {"url":"https://www.prameyanews7.com/5-bollywood-actresses-who-fell-in-love-with-gangsters-some-have-to-leave-career/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5-bollywood-actresses-who-fell-in-love-with-gangsters-some-have-to-leave-career/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.