ଅଷ୍ଟ୍ରେଲିଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଦୁର୍ବ୍ୟବହାର

Published By : Prameya-News7 Bureau | September 24, 2018 IST

ମେଲବର୍ଣ୍ଣ ୨୪|୯: ଅଷ୍ଟ୍ରେଲିଆରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଜଣାପଡିଛି । ସେଠାରେ ସେ ବର୍ଣ୍ଣବୈଷମ୍ୟର ଶୀକାର ହୋଇଛନ୍ତି । ସେ ସିଡନୀରୁ ମେଲବର୍ଣ୍ଣ ଯାଉଥିବା ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା । ତାଙ୍କୁ ବିମାନବନ୍ଦର ଚେକ୍ ଇନ୍ କାଉଣ୍ଟରରେ ମେଲ୍ ନାମକ ଜଣେ ମହିଳା କର୍ମଚାରୀ ଶିଳ୍ପାଙ୍କର ଦୁଇଟି ବଡ ବ୍ୟାଗକୁ ନେଇ ଆପତ୍ତି ଉଠାଇଥିଲେ । ତାଙ୍କୁ ବିମାନବନ୍ଦର କର୍ମଚାରୀମାନେ ଗ୍ୟାଗ୍ ରେ ଅତିରିକ୍ତ ଜିନିଷ ରହିଥିବା କହିଥିଲେ । ବ୍ୟାଗ୍ ଚେକ୍ କରିବାରେ ମଧ୍ୟ ଅଧିକ ସମୟ ଲଗାଇଥିଲେ । ବ୍ୟାଗ୍ ଚେକିଂ ନକରିବାରୁ ସେ ଯେତେବେଳେ ବିମାନବନ୍ଦର କର୍ମଚାରୀଙ୍କୁ ଜଣାଇଥିଲେ ସେ ସହଯୋଗ କରିବା ବଦଳରେ ଦୁର୍ବ୍ୟବହାର କରିଥିଲେ । ସେ ବର୍ଣ୍ଣବୈଷମ୍ୟ ଯୋଗୁଁ ଏଭଳି ବ୍ୟବହାର କରିଥିବା ଜଣାପଡୁଥିଲା । କିନ୍ତୁ ସେ ଏହାର ସାମ୍ନା କରି ଶେଷରେ ମେଲବର୍ଣ୍ଣ ଯାତ୍ରା କରିଥିଲେ। ଶିଳ୍ପା ସେଟ୍ଟୀଙ୍କ ସହ ଘଟିଥିବା ଘଟାଣାକୁ ସେ ନିଜ ଇନଷ୍ଟାଗ୍ରାମ୍ ରେ ପୋଷ୍ଟରେ ଉଲ୍ଲେଖ କରିବା ପରେ ଘଟଣା ସଂପର୍କରେ ଜଣାପଡିଥିଲା । ଶିଳ୍ପା ସେଟ୍ଟୀ ମଧ୍ୟ ୨୦୦୭ ମସିହାରେ ବର୍ଣ୍ଣବୈଷମ୍ୟର ଶୀକାର ହୋଇଥିଲେ । ବ୍ରିଟିଶ ଟେଳିଭିଜନରେ ସେଲିବ୍ରିଟି ବିଗ୍ ବ୍ରଦର ସୋ ରେ ତାଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦିଆଯାଇଥିଲା । ଏହି ସୋ ଶିଳ୍ପା ସେଟ୍ଟୀ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.