ଏବେ ଆଉ ଜଣେ ବଲିଉଡ ଅଭିନେତ୍ରୀ କରୋନା ସଂକ୍ରମିତ : ୬ଦିନ ତଳେ ପୁଣେରୁ ଫେରିବା ପରେ ହୋଇଥିଲେ ଅସୁସ୍ଥ

Published By : Prameya-News7 Bureau | August 10, 2020 IST

ମୁମ୍ବାଇ ୧୦/୮: ଦୀର୍ଘ ମାସ ବିତି ଯାଇଥିଲେ ସୁଦ୍ଧା କରୋନା ମହାମାରୀ ନିଜ କାୟା ବିସ୍ତାର କରି ଚାଲିଛି। ନିକଟରେ ବଲିଉଡର ସବୁଠୁ ବଡ଼ କଳାକାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର କରୋନାକୁ ମାତ୍ ଦେଇଛନ୍ତି। କିନ୍ତୁ ସେଲିବ୍ରିଟିମାନଙ୍କ କରୋନା ସଂକ୍ରମିତ ହେବା ଏବେ ବନ୍ଦ ହୋଇନାହିଁ। ଏପରି କ୍ଷେତ୍ରରେ ଏବେ ଅଭିନେତ୍ରୀ ନତାଶା ସୁରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

{"id":312641,"sizeSlug":"large"}

ନତାଶା ନିଜେ ସୋସିଆଲ୍ ମିଡିଆରେ ଏବିଷୟରେ ସୂଚନା ଦେଇଛନ୍ତି।

{"id":312643,"width":589,"height":380,"sizeSlug":"large"}

ନତାଶା କହିଛନ୍ତି ଯେ ‘ପାଖାପାଖି ୬ଦିନ ତଳେ ସେ କିଛି ଜରୁରୀ କାମରେ ପୁଣେ ଯାଇଥିଲେ। ସେଠାରୁ ଆସିବା ପରେ ସେ ଅସୁସ୍ଥ ହୋଇ ଯାଇଥିଲେ। ତଣ୍ଟିବ୍ୟଥା ଏବଂ ଦୁର୍ବଳ ଅନୁଭବ କରିବାରୁ ସେ ୩ଦିନ ତଳେ ଟେଷ୍ଟ କରିଥିଲେ ଯାହା ପରେ ସେ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା। ଏହି ସମୟରେ  ସେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି। ସେ ଔଷଧ ସେବନ କରୁଛନ୍ତି ଏବଂ ଇମ୍ୟୁନିଟି ବୁଷ୍ଟର୍ସ ମଧ୍ୟ ନେଉଛନ୍ତି।’

{"id":312645,"sizeSlug":"large"}

ନତାଶା ଆହୁରି ମଧ୍ୟ କହିଛନ୍ତି ଯେ,‘ସେ ନିଜ ଜେଜେମାଆ ଏବଂ ଭଉଣୀମାନଙ୍କ ସହ ରୁହନ୍ତି। ନତାଶା ସେମାନଙ୍କର ମଧ୍ୟ ଟେଷ୍ଟ କରିବେ। ନତାଶା ୨୦୧୬ମସିହାରେ ମାଲାୟାଲମ ଫିଲ୍ମ ‘କିଙ୍ଗ୍ ଲାୟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେହିପରି ନତାଶା ଓଟିଟିରେ ମଧ୍ୟ ସକ୍ରିୟ ଅଛନ୍ତି।

{"id":312647,"sizeSlug":"large"}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.