୨୦୨୦ରେ ଏହି ଷ୍ଟାରଙ୍କ ଉପରେ ଲାଗିଛି ସବୁଠୁ ବେଶୀ ଟଙ୍କାର ବାଜି : ଜାଣନ୍ତୁ କିଏ ଏମାନେ?

Published By : Prameya-News7 Bureau | January 02, 2020 IST

ମୁମ୍ବାଇ ୨/୧: ୨୦୨୦ ବର୍ଷ ଆରମ୍ଭ ହୋଇଯାଇଛି ଏବଂ ଏହା ସହିତ ଆମେ ସମସ୍ତେ ଏକ ନୂଆ ଦଶକରେ ପ୍ରବେଶ କରି ସାରିଲୁଣି। ସାଧାରଣ ଜନତା ସହିତ ବଲିଉଡର ଷ୍ଟାରମାନଙ୍କ ପାଇଁ ମଧ୍ୟ ଏବର୍ଷ ବହୁତ ଖାସ୍। ବଲିଉଡର ଅନେକ ବଡ଼ ବଡ଼ ଫିଲ୍ମ ୨୦୨୦ରେ ରିଲିଜ ହେବାକୁ ଯାଉଛି। ଅନେକ ଅଭିନେତା ଅଭିନେତ୍ରୀଙ୍କ ପାଖେ ବହୁତ ଅଧିକ ପ୍ରୋଜେକ୍ଟ ରହିଛି। ତେବେ ଆସନ୍ତୁ ଜାଣିବା ଯେ କେଉଁ ବଲିଉଡ ଷ୍ଟାରଙ୍କ ଉପରେ କେତେ ଟଙ୍କା ଲାଗିଛି।

{"id":205822,"sizeSlug":"large"}

୧.ଅକ୍ଷୟ କୁମାର (୩୭୫କୋଟି): ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ପାଖରେ ଏବର୍ଷ ୪ଟି ଫିଲ୍ମ ରହିଛି। ‘ସୂର୍ଯ୍ୟବଂଶୀ’,‘ପୃଥ୍ବୀରାଜ’,‘ଲକ୍ଷ୍ମୀ ବମ୍ବ’ ଏବଂ ‘ବଚ୍ଚନ ପାଣ୍ଡେ’ ଭଳି ଫିଲ୍ମରେ କାମ କରୁଛନ୍ତି। ଏବର୍ଷ ଦୀପାବଳି,ଇଦ୍ ଏବଂ ଖ୍ରୀଷ୍ଟମାସରେ ବଡ଼ ପରଦାରେ ନଜର ଆସିବେ। ଅକ୍ଷୟଙ୍କ ଉପରେ ୩୭୫କୋଟି ଟଙ୍କାର ବାଜି ଲଗାଯାଇଛି।

{"id":205823,"sizeSlug":"large"}

୨. ଆମୀର ଖାନ୍ (୧୦୦କୋଟି): ‘ଥଗ୍ସ ଅଫ ହିନ୍ଦୁସ୍ତାନ୍’ ଫ୍ଲପ୍ ହେବା ପରେ ଆମୀର ଖାନ୍ ଏବର୍ଷ ବଡ଼ ପରଦାରେ ଆସିବାକୁ ପ୍ରସ୍ତୁତ। ଆମୀର ଫିଲ୍ମ ‘ଲାଲ ସିଂହ ଚଢ୍ଢା’ରେ କାମ କରୁଛନ୍ତି। କୁହାଯାଉଛି ଯେ ଏହି ବକ୍ସ ଅଫିସରେ ଭଲ ପରଫର୍ମ କରିବ।

{"id":205824,"sizeSlug":"large"}

୩. ଅଜୟ ଦେବଗନ(୩୨୫କୋଟି) : ଅଜୟ ଦେବଗନ ଏବର୍ଷ ଦେଶଭକ୍ତି ଫିଲ୍ମରେ କାମ କରୁଛନ୍ତି। ଅଜୟ ‘ତାନାଜୀ ଦ ଅନସଙ୍ଗ ଓ୍ବାରିଅର’,‘ମୈଦାନ’,‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ ଭଳି ଫିଲ୍ମରେ ନଜର ଆସିବେ। ସେ ଏବର୍ଷ ଯୋଦ୍ଧା ସହ ଫୁଟବଲ୍ କୋଚ୍ ଭୂମିକାରେ ନଜର ଆସିବେ।

{"id":205827,"sizeSlug":"large"}

୪.ଆଲିୟା ଭଟ୍ଟ(୬୦୦କୋଟି) : ଆଲିୟା ଭଟ୍ଟ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ମଧ୍ୟରୁ ଜଣେ ଏବଂ ଏବେ ତାଙ୍କ ପାଖରେ ବଡ଼ ବଡ଼ ଡାଇରେକ୍ଟରଙ୍କ ପ୍ରୋଜେକ୍ଟ ରହିଛି ଏବଂ ସବୁଠୁ ଅଧିକ ଟଙ୍କା ତାଙ୍କ ଉପରେ ଲାଗିଛି। ଆଲିୟା, ସଞ୍ଜୟ ଲୀଲା ଭନସାଲିଙ୍କ ଫିଲ୍ମ ‘ଗଙ୍ଗୁଭାଇ କାଠିଆବାଡ଼ି’,‘ବ୍ରହ୍ମାସ୍ତ୍ର’ ଡାଇରେକ୍ଟର ଏସଏସ ରାଜମୌଲିଙ୍କ ‘ଆରଆରଆର’ ଏବଂ ‘ସଡ଼କ ୨’ କାମ କରୁଛନ୍ତି।

{"id":205828,"sizeSlug":"large"}

୫. କାର୍ତ୍ତିକ ଆର୍ଯ୍ୟନ୍ ( ୧୫୦କୋଟି) : ୨୦୧୯ରେ ସଫଳତା ପାଇବା ପରେ କାର୍ତ୍ତିକ ଆର୍ଯ୍ୟନ୍ ୨୦୨୦ରେ କମାଲ କରିବାକୁ ପ୍ରସ୍ତୁତ। କାର୍ତ୍ତିକ ଆର୍ଯ୍ୟନ୍ ‘ଭୁଲ ଭୁଲୈୟା ୨’,‘ଦୋସ୍ତାନା ୨’,‘ଲଭ ଆଜ କଲ୍’ ଏବଂ ‘ଗଙ୍ଗୁଭାଇ କାଠିଆଓ୍ବାଡି’ରେ ନଜର ଆସିବେ।

{"id":205832,"sizeSlug":"large"}

୬.କିଆରା ଆଡଭାନି(୨୦୦କୋଟି) : କିଆରା ଆଡଭାନିଙ୍କ ପାଖରେ ମଧ୍ୟ ଆଲିୟା ଭଟ୍ଟଙ୍କ ଭଳି ଦୁଇରୁ ଅଧିକ ଫିଲ୍ମ ରହିଛି। କିଆରା ‘ଭୁଲ ଭୁଲୈୟା ୨’, ‘ଲକ୍ଷ୍ମୀ ବମ୍ବ’,‘ଶେରଶାହ’ ଏବଂ ‘ଇନ୍ଦୁ କି ଜଓ୍ବାନି’ରେ କାମ କରୁଛନ୍ତି।

{"id":205834,"sizeSlug":"large"}

୭.ରଣବୀର କପୁର(୩୦୦କୋଟି): ରଣବୀର କପୁର ୨୦୧୯ରେ ଗୋଟିଏ ଫିଲ୍ମ ମଧ୍ୟ କରିନାହାନ୍ତି। ଏବର୍ଷ ରଣବୀର କପୁର ଦୁଇଟି ମେଗା ବଜେଟ୍ ଫିଲ୍ମ କରିଛନ୍ତି। ରଣବୀର କପୁର ‘ବ୍ରହ୍ମାସ୍ତ୍ର’ ଏବଂ ‘ଶମଶେରା’ ଫିଲ୍ମରେ ନଜର ଆସିବେ।

{"id":205835,"sizeSlug":"large"}

୮.ରଣବୀର ସିଂହ (୨୦୦କୋଟି) : ରଣବୀର ସିଂହ ଏବର୍ଷ ମଧ୍ୟ ଧମାଲ ମଚାଇବେ। ରଣବୀର କବୀର ଖାନଙ୍କ ଫିଲ୍ମ ‘୮୩’ରେ ନଜର ଆସିବେ। ଏହା ବ୍ୟତୀତ ସେ ‘ଜୟେଶ ଭାଇ ଜୋରଦାର’ରେ ଜୋରଦାର କମେଡ଼ି କରିବେ।

{"id":205836,"sizeSlug":"large"}

୯. ସଲମାନ ଖାନ୍(୧୨୦କୋଟି): ୨୦୨୦ରେ ସଲମାନ ଖାନ୍ ଫ୍ୟାନଙ୍କୁ ‘ରାଧେ’ ଫିଲ୍ମରୁ ଦର୍ଶକଙ୍କୁ ଟ୍ରିଟ୍ ଦେବେ। ଏହା ବ୍ୟତୀତ ସଲମାନ ‘କିକ ୨’ର ଘୋଷଣା କରିବେ।

{"id":205837,"sizeSlug":"large"}

୧୦. ଶ୍ରଦ୍ଧା​‌ କପୁର (୨୨୦କୋଟି) : ଶ୍ରଦ୍ଧା କପୁରଙ୍କ ପାଇଁ ୨୦୨୦ ନୂଆ ଆଶା ନେଇ ଆସିଛି। ଏବର୍ଷ ସେ ବରୁଣ ଧଓ୍ବନଙ୍କ ସହ ‘ଷ୍ଟ୍ରିଟ୍ ଡ୍ୟାନସର ୩ଡି’ ଏବଂ ଟାଇଗର ଶ୍ରଫଙ୍କ ସହ ‘ବାଗି ୩’ରେ କାମ କରୁଛନ୍ତି।

{"id":205838,"sizeSlug":"large"}

୧୧. ଦୀପିକା ପାଦୁକୋଣ (୧୭୫କୋଟି) : ଦୀପିକା ପାଦୁକୋଣଙ୍କ ମଧ୍ୟ ଏବର୍ଷ ୨ଟି ଫିଲ୍ମ ରିଲିଜ ହେଉଛି। ସେ ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ ଏବଂ ‘କବୀର ଖାନଙ୍କ ଫିଲ୍ମ ‘୮୩’ରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.