WPL ୨୦୨୪ ଉଦ୍‌ଘାଟନୀ ସମାରୋହରେ ଜଲୱା ଦେଖାଇବେ ବଲିଉଡ୍ କଳାକାର, ଶାହରୁଖ ଏବଂ ସାହିଦଙ୍କ ସମେତ ଏହି ତାରକା ହେବେ ସାମିଲ

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ)ର ଦ୍ୱିତୀୟ ସଂସ୍କରଣ ଫେବ୍ରୁଆରୀ ୨୩ ଅର୍ଥାତ୍ ଶୁକ୍ରବାରଠାରୁ ଆରମ୍ଭ ହେବ । ଡବ୍ଲୁପିଏଲ ୨୦୨୪ର ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସଂଧ୍ୟା ୭.୩୦ ମିନିଟରେ ଖେଳାଯିବ । ମ୍ୟାଚ୍ ଆରମ୍ଭ ପୂର୍ବରୁ ଓପନିଂ ସେରେମନିର ଆୟୋଜନ କରାଯିବ । ଏଥିରେ ବଲିଉଡର ବହୁ କଳାକାର ନିଜ ଜଲୱା ଦେଖାଇବେ ।

ଉଦଘାଟନୀ ସମାରୋହରେ ଶୁକ୍ରବାର ସଂଧ୍ୟା ୬.୩୦ ମିନିଟରେ ଆରମ୍ଭ ହେବ । ଡବ୍ଲୁପିଏଲ ଏକ୍ସରେ ଘୋଷଣା କରିଛି ଯେ ସମାରୋହରେ ମୋଟ ଛଅ ଜଣ ତାରକା ନିଜ ଜଲୱା ଦେଖାଇବେ । ବଲିଉଡ୍ ବଦଶାହ ଶାହାରୁଖ ଖାନଙ୍କ ସହ ସାହିଦ କପୁର, ବରୁଣ ଧୱନ, ଟାଇଗର ଶ୍ରଫ୍, ସିଦ୍ଧାର୍ଥ ମଲହୋତ୍ରା ଏବଂ କାର୍ତ୍ତିକ ଆର୍ୟନ ଫରଫର୍ମ କରିବେ । ଉଲ୍ଲେଖଯୋଗ୍ୟ ଯେ ଡବ୍ଲୁପିଏଲ ୨୦୨୩ର ଉଦଘାଟନୀ ସମାରୋହରେ କେବଳ ତିନି କଳାକାର ନିଜ ପ୍ରଦର୍ଶନ ଦେଖାଇଥିଲେ । ଗତ ବର୍ଷ ଅଭିନେତ୍ରୀ କୃତି ସେନନ, କିୟାରା ଅଡଭାନୀ ଏବଂ କଣ୍ଠଶିଳ୍ପୀ ଏପି ଢିଲ୍ଲୋ ଦର୍ଶକଙ୍କୁ ନିଜ କଳାରେ ବାନ୍ଧି ରଖିଥିଲେ ।

wp:html /wp:html

ଡବ୍ଲୁପିଏଲର ପ୍ରଥମ ସଂସ୍କରଣର ସମସ୍ତ ମ୍ୟାଚ୍ ଗୋଟିଏ ରାଜ୍ୟରେ ଖେଳା ଯାଇଥିଲା । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସ ଦିଲ୍ଲୀକୁ ହରାଇ ଟ୍ରଫିକୁ ନିଜ ନାଁରେ କରିଥିଲା । ପାଞ୍ଚ ଟିମ୍‌ଙ୍କ ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣ ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ଆୟୋଜନ କରାଯିବ । ଏହି ସଂସ୍କରଣରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ୧୧ଟି ମ୍ୟାଚ୍ ବେଙ୍ଗାଲୁରୁ ଏବଂ ଏଲିମିନେଟର-ଫାଇନାଲ ସମେତ ଅନ୍ୟ ସବୁ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ମାର୍ଚ୍ଚ ୧୩ରେ ଲିଗ୍ ପର୍ଯ୍ୟାୟ ଶେଷ ହେବ । ମାର୍ଚ୍ଚ ୧୭ରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

Also Read: ଚଳିତ IPLରେ ବଦଳିବ ଋଷଭ ପନ୍ତଙ୍କ ଭୂମିକା, ବ୍ୟାଟିଂ କରିବେ, କିନ୍ତୁ କରିବେନି ୱିକେଟ୍ କିପିଂ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.