“ଦ’ ବଡି”: ନିଜ ଫିଲ୍ମ ନେଇ ଇମ୍ରାନ ହାସ୍ମି କହିଲେ ଅପ୍ରାପ୍ତ ବୟସ୍କ ଦେଖନ୍ତୁ ନାହିଁ…

Published By : Prameya-News7 Bureau | November 28, 2019 IST

ମୁମ୍ବାଇ୨୮|୧୧: ବଲିଉଡ ଅଭିନେତା ଇମ୍ରାନ ହାସ୍ମି ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଏବେ ଇମ୍ରାନ ନିଜ ଆଗାମୀ ଫିଲ୍ମ “ଦ ବଡି” ପ୍ରମୋସନରେ ବ୍ୟସ୍ଥ ଅଛନ୍ତି। ଏକ ସାକ୍ଷାତକାରରେ ଇମ୍ରାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଦେଶର ନାବାଳକ ଏବଂ ନାବାଳିକାଙ୍କୁ କେଉଁ ଫିଲ୍ମ ଦେଖିବା ଉଚିତ। ଏନେଇ ଇମ୍ରାନ କହିଛନ୍ତି ଯେ, ଛୁଆଙ୍କୁ କଣ ଦେଖିବା ଉଚିତ୍‌ ତାହା ସେ କହିବେ ନାହିଁ ହେଲେ ସେମାନେ କଣ ଦେଖିବା ଉଚିତ୍‌ ନୁହେଁ ତାହା ସେ କହିଛନ୍ତି ।  

{"id":191115,"sizeSlug":"large"}

ତାଙ୍କ ଫିଲ୍ମ ଛୋଟ ପିଲାମାନେ ଦେଖିବା ଉଚିତ  ନୁହେଁ ବୋଲି ସେ କହିଛନ୍ତି। ଇମ୍ରାନଙ୍କ ଫିଲ୍ମ ଦ ବଡି ମଧ୍ୟ ଏ ସାର୍ଟିଫିକେଟର ଫିଲ୍ମ ଯାହା ଛୋଟ ପିଲା ବା ଅପ୍ରାପ୍ତ ବୟସ୍କ ଦେଖିବା ଅନୁଚିତ୍‌। ଅପରପକ୍ଷରେ ସେ କହିଛନ୍ତି ଯେ, ତାଙ୍କର ଏହି ଫିଲ୍ମ ବହୁତ ଭଲ ହୋଇଛି। ଦର୍ଶକ ଏହି ଫିଲ୍ମ ଦେଖି ଜାଣିପାରିବେ ନାହିଁ ଯେ, ଆଗକୁ କଣ ହେବ। ଏହି ଫିଲ୍ମରେ ଇମ୍ରାନ ହାସ୍ମୀଙ୍କ ବ୍ୟତୀତ ଅଭିନେତା ଋଷି କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ଜିସେମ୍ବର ମାସ ୧୩ ତାରିଖରେ ରିଲିଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.