Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ମିଷ୍ଟର ପରଫେକ୍ସନିଷ୍ଟଙ୍କ ଆଲିସାନ୍ ବଙ୍ଗଳା, ଜାଣନ୍ତୁ କଣ ରହିଛି ଖାସିୟତ୍…

14/03/2023 at 1:08 PM

ମୁମ୍ବାଇ ୧୪।୦୩ ; ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ବେଶ୍ ପରିଚିତ ଅମୀରଖାନ । ତାଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ଖୁବ ଅଧିକ । ସେ ବଲିଉଡକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି । ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି ଏହି ସୁପରଷ୍ଟାର । ଆସନ୍ତୁ ଜାଣିବା ତାଙ୍କ ବଙ୍ଗଳା ସମ୍ପର୍କରେ ଏକ କିଛି ଖାସ୍ ଖବର ।  

ମୁମ୍ବାଇର ବାନ୍ଦ୍ରାରେ ରହିଛି ଆମୀରଙ୍କ ଆଲିସାନ୍ ବଙ୍ଗଳା । ଏହା ୫ହଜାର ବର୍ଗ ମିଟର ଉପରେ ବ୍ୟାପିଛି । ଏହି ଘରଟି ବେଶ୍ ବଡ ।  ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହିଛି ପାର୍ଟି ପାଇଁ ବହୁତ ସ୍ପେଶ୍ । ଏକ ରିପୋର୍ଟ ଅନୁଯାୟୀ, ଏହି ଘର ପାଇଁ ୬୦ କୋଟି ଟଙ୍କା ଦେଇଛନ୍ତି ଆମୀର ଖାନ୍ । ଘରେ ଅନେକ ନାମୀଦାମୀ ପେଣ୍ଟିଙ୍ଗସ୍ ଲାଗିଛି । ଏମିତିକି ଘରେ ଏକ ବୁକ୍ ସେଲଫ୍ ଅଛି, ଯେଉଁଥିରେ ଆପଣଙ୍କୁ ଅନେକ ଉପନ୍ୟାସ ରହିଥିବା ଦେଖିବାକୁ ମିଳିବ । ଆମୀରଙ୍କ ଘରେ କାଠର ଆସବାବପତ୍ର ରଖାଯାଇଛି ଯାହା ଅତି ସିମ୍ପଲ୍ କିନ୍ତୁ ଦେଇଥାଏ କ୍ଲାସିକ୍ ଲୁକ୍ । ଘରର ଡୋର ଗୁଡିକ ମଧ୍ୟ କାଠରେ ତିଆରି । ସେ ପ୍ରାୟତଃ ନିଜର କ୍ବାଲିଟି ଟାଇମ୍ ନିଜ ଘରେ ଏବଂ ପରିବାର ସହିତ ବିତାଇଥାନ୍ତି ।  ଘର ବାହାରେ ଏକ ସୁନ୍ଦର ଗାର୍ଡେନ ରହିଛି । ଯାହାର ସୁନ୍ଦରତା ମନ ମୋହି ନେଇଥାଏ ।

ଏହାବ୍ୟତୀତ ଘରର ବାଲକୋନି ମଧ୍ୟ ଖୁବ୍ ବଡ । ଏହାର କାନ୍ଥ ଗୁଡିକ ଧଳା ରଙ୍ଗରେ ରଙ୍ଗିନ ହୋଇଥିବା ବେଳେ ଏହା ଶାନ୍ତିର ଅନୁଭବ ଦେଇଥାଏ । କହିବାକୁ ଗଲେ ଏହି ଆଲିସାନ ବଙ୍ଗଲାରେ ଥିବା ସମସ୍ତ ଜିନିଷ ବେଶ୍ ଦାମୀ । ସମୟ ମିଳିବା ମାତ୍ରେ ନିଜ ଝିଅ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି ଆମୀର । ଯଦି ଆମୀରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବା, ତାଙ୍କୁ ଶେଷଥର ପାଇଁ ଲାଲ ସିଂ ଚଡା ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟିକୁ ଫ୍ୟାନ୍ସଙ୍କର ଭଲ ରେସପନ୍ସ ମିଳିନଥିଲା । ଏହା ପରେ ଆମୀର ଫିଲ୍ମରୁ ବିରତି ନେଇଛନ୍ତି ଏବଂ ପରିବାର ସହିତ ବିତାଉଛନ୍ତି ସମୟ ।

   Related Posts