ବୋଲେରୋ-କୋଇଲା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Published By : Prameya-News7 Bureau | June 06, 2023 IST

ବୌଦ୍ଧ ୦୬/୦୬: ବୌଦ୍ଧ କିଆକଟା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋ ଓ କୋଇଲା ବୋଝେଇ ଟ୍ରକ ମୁହାଁ ମୁହିଁ ଧକ୍କା । ବୋଲେରୋ ଡ୍ରାଇଭର ଗୁରୁତର । ଘଟଣା ସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର । ବ୍ରିଜ ର ବାଡ ଉପରେ ଚଢ଼ିଗଲା ବୋଲେରୋ । ଆଦର୍ଶ ଥାନା ପୋଲିସ ର ତଦନ୍ତ ଜାରି ।

wp:embed {"url":"https://www.prameyanews7.com/vigilance-raid-at-assitance-ingeneers-house/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vigilance-raid-at-assitance-ingeneers-house/
/wp:embed

ସୂଚନା ଅନୁଯାୟୀ ବୌଦ୍ଧ ସହର ପଟରୁ ସମ୍ବଲପୁର ଯାଉଥିବା ଏକ ବୋଲେରୋକୁ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସାମ୍ନା ରୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଟି ବ୍ରିଜର ବାଡ ଉପରକୁ ଚଢ଼ି ଯାଇଥିଲା । ତେବେ ଡ୍ରାଇଭର ଜଣକ ସେଠାରେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେଠାରେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ତେବେ ଘଟଣା ସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.