ମଦ ବୋଝେଇ ବୋଲେରୋ ଜବତ, ବିଭିନ୍ନ ସ୍ଥାନରୁ ଧରାହେଲେ ୬ ଜଣ
13/12/2022 at 11:18 AM

ଭଦ୍ରକ ୧୩/୧୨: ବୋଲେରୋରେ ଦେଶୀ ମଦ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ବୋଲେରୋରେ ୧୪୦୦ ଲିଟର ମଦ ଜବତ ହୋଇଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରୁ ମଧ୍ୟ ଚୋରା ମଦ ଜବତ ସହ ସମୁଦାୟ ୬ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ଭଦ୍ରକ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ପେଟ୍ରୋଲିଂ ସମୟରେ ବରପଦା ଆଡୁ ଆସୁଥିବା ଏକ ବୋଲେରୋକୁ ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଅଟକାଇଥିଲା । ଗାଡିରୁ ୧୩ ଶହ ଲିଟର ଚୋରା ମଦ ଜବତ ହୋଇଥିବା ବେଳେ ଗାଡିର ଡ୍ରାଇଭରକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେହିଭଳି ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ବେଳେ ପ୍ରାୟ ୧୦୦ ଲିଟର ଚୋରା ମଦ ସହ ଅନ୍ୟ ୫ ଜଣ ଚୋରା ମଦ ବେପାରୀ ଗିରଫ ହୋଇଛନ୍ତି ।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023