ଝିଅକୁ ଶାଶୁ ଘରେ ଛାଡି ଫେରୁଥିଲେ, ଭାରସାମ୍ୟ ହରାଇ ଓଲଟି ପଡିଲା ବୋଲେରୋ, ୨ ମୃତ, ୪ ଗୁରୁତର

Published By : Prameya-News7 Bureau | December 14, 2020 IST

ଢେଙ୍କାନାଳ ୧୪।୧୨: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଡୋଲିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ  ଏକ ବୋଲେରୋ ରାସ୍ତା କଡ଼ରେ ଥିବା  ଗଛରେ ଧକ୍କା ହୋଇଛି।  ବୋଲେରୋଟି ଧକ୍କା ଖାଇବା ପରେ  ରାସ୍ତା ପାର୍ଶ୍ଵକୁ ଓଲଟି ପଡିଛି। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ ହୋଇଥିବା ବେଳେ ଡ୍ରାଇଭର ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମସ୍ତେ ଅନୁଗୁଳ ଜିଲ୍ଲା ସମଲ ଥାନା ଲଙ୍ଗଳଖୋଲ ଗ୍ରାମର। ଝିଅକୁ ଶାଶୁ ଘର କଙ୍କଡାହାଡ଼ଠନ ଅନ୍ତର୍ଗତ ବାମ ଗ୍ରାମକୁ ଛାଡିବାକୁ ଆସି ନିଜ ଗାଁକୁ ଫେରୁଥିଲେ । ଫେରିବା ସମୟରେ ଗାଡିର ଦ୍ରୁତ ବେଗ ଯୋଗୁଁ ଭାରସାମ୍ୟ ହରାଇ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତକ  ୨ଜଣ  ମହିଳା ବୋଲି ସୂଚନା ମିଳିଛି। ଗୁରୁତର ମାନେ ହେଲେ ଚେମିଣି ବେହେରା, ସଂପ୍ରଦା ପ୍ରଧାନ, ହାରା ଦାସ  ଏବଂ ବୋଲେରୋ ଡ୍ରାଇଭର ବୋଲି  ସୂଚନା ମିଳିଛି। ଗାଡିରେ ମୋଟ ୧୧ ଜଣ ଯାତ୍ରୀ ଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.