ଇମ୍ଫୋସିଟି ଗେଟ ସମ୍ମୁଖରେ ହୁ ହୁ ହୋଇ ଜଳିଗଲା ବୋଲେରୋ
14/02/2020 at 9:54 PM

ବାରଙ୍ଗ :ଭୁବନେଶ୍ୱର ଇମ୍ଫୋସିଟି ଥାନା ଅନ୍ତର୍ଗତ ଇମ୍ଫୋସିଟି ଗେଟ ସମ୍ମୁଖ ଗୋଟିଏ ଚାରି ଚକିଆ ଯାନ ଜଳିଯାଇଛି । ଗୋଟିଏ ବୋଲେର ଜଳିଯାଇଥିବା ସୂଚନା ମିଳିଛି ।
ଗାଡିରେ କେହି ନଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ଇମ୍ଫୋସିଟି ଥାନା ଅଧିକାରୀ ଙ୍କ ସୁଚନା ଅନୁଯାୟୀ ଗାଡି ରେ ସଟସର୍କିଟ ଯୋଗୁ ନିଆଁ ଲାଗିଥିଲା । ଦିନ ପ୍ରାୟ ୨ଟା ସମୟରେ ଗାଡିଟି ଜଳିଯାଇଥିଲା । ଏହା ହୁ ହୁ ହୋଇ ଜଳି ଉଠିଥିଲା ।

ପରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁ ଲିଭାଇଥିଲା । ମାତ୍ର ସେତେବେଳକୁ ଗାଡି ଟି ସମ୍ପୂର୍ଣ୍ଣ ଜଳି ସାରିଥିଲା । ଏଥିପାଇଁ ସେହି ରାସ୍ତାରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା ।

ସୌଭାଗ୍ୟବଶତଃ ଏଥିରେ କେହି ଆହତ ହୋଇ ନାହାନ୍ତି ।
Related Posts
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪୬ ବଖରା ଘର; ବାସହୀନ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023