ବନ୍ୟାରେ ଫସିଗଲା ବୋଲେରୋ ; ବ୍ରିଜ୍ ଉପରେ ଫସିଥିବା ୧୭ଜଣ ଉଦ୍ଧାର
12/10/2018 at 2:17 PM

ଗଞ୍ଜାମ ୧୨|୧୦: ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନଦୀର ବନ୍ୟା ପାଣି ପସିଛି । ବିଭିନ୍ନ ନଦୀରେ ମଧ୍ୟ ବନ୍ୟା ଜଳ ଆସିଛି । ସେହିପରି ବାହୁଦା ନଦୀରେ ଆସିଥିବା ବନ୍ୟା ପାଣିରେ ଫଶି ଯାଇଥିଲା ୧୭ଜଣ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଏମାନେ ବ୍ରିଜ ଉପରେ ଯାଉଥିବା ବେଳେ ହଠାତ୍ ପାଣି ଆସିବାରୁ ପାଣି ଘେରରେ ଫଶି ଯାଇଥିଲେ ସମସ୍ତେ । ଦୀର୍ଘ ଅଢେଇ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ପସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023