ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ;ଦୁର୍ଘଟଣାରେ ୪ ଜଣ ଗୁରୁତର
24/05/2018 at 4:57 AM

ବଲାଙ୍ଗିର ବଙ୍ଗମୁଣ୍ଡା ଥାନା ଗନ୍ଧରାବନ୍ଧ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ଦୁର୍ଘଟଣାରେ ୪ ଜଣ ଗୁରୁତରହୋଇଛନ୍ତି । ଗୁରୁତରଙ୍କୁ ଟିଟଲାଗଡ, କଣ୍ଟାବାଞ୍ଜି ଓ ବଙ୍ଗମୁଣ୍ଡା ହସପିଟାଲରେ ଭର୍ତ୍ତି କରାଯାଇଛି । ବଙ୍ଗମୁଣ୍ଡା ଛତ୍ରମ ଗାଁରୁ କଳାହାଣ୍ଡିକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁତର ହେଲେ କୃଷ୍ଣଚନ୍ଦ୍ର ଦାସ, ସ୍ତ୍ରୀ କେତକୀ ଦାସ, ତାଙ୍କ ପୁତୁରା ପ୍ରୀତମ ଦାସ ଓ ବୋଲେରୋ ଡ୍ରାଇଭର ।